Latest Odisha News

BREAKING NEWS

ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ : ଦ୍ଵିତୀୟ ଦିନରେ ଓଡ଼ିଶାକୁ ୧୦ ସ୍ୱର୍ଣ୍ଣ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡିଶାକୁ ୨୪ଟି ପଦକ ମିଳିଛି । ସେଥିମଧ୍ୟରୁ ୧୦ ଟି ସ୍ୱର୍ଣ୍ଣ, ୦୬ ଟି ରୌପ୍ୟ ଏବଂ ୮ଟି କାଂସ୍ୟ ପଦକ ରହିଛି । ୧୮ ବର୍ଷରୁ କମ୍ ୨୦୦ ମିଟର ବାଳକ ବର୍ଗରେ ପ୍ରତୀକ ମହାରଣାଙ୍କୁ ସ୍ୱର୍ଣ୍ଣ , ୨୦ ବର୍ଷରୁ କମ୍ ୨୦୦ ମିଟରରେ ଦୋଣ୍ଡାପତି ଜୟରାମଙ୍କୁ ସ୍ୱର୍ଣ୍ଣ ଏବଂ ଆସ୍ତିକ ପ୍ରଧାନଙ୍କୁ ରୌପ୍ୟ ପଦକ ମିଳିଛି ।

୨୦ ବର୍ଷରୁ କମ୍ ୪ଗୁଣନ ୪୦୦ ମିଟର ଇଭେଣ୍ଟରେ ଆସ୍ତିକ ପ୍ରଧାନ, ପଙ୍କଜ ମଣ୍ଡଳ, ଜସ୍ମନ କୁଜୁର ଏବଂ ବାପି ହାଁସଦାଙ୍କ ଟିମ୍ କୁ ସ୍ୱର୍ଣ୍ଣ ପଦକ ମିଳିଛି । ସେହିପରି ଭାବେ ୨୦ ବର୍ଷରୁ କମ୍ ବାଳିକା ବର୍ଗ ଜାଭେଲିନ୍‌ ଥ୍ରୋରେ ପି. ଅର୍ପିତା ଅର୍ଚ୍ଚନାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ୧୮ ବର୍ଷରୁ କମ୍ ୧୦୦୦ ମିଟର ଦୌଡ଼ରେ ସୁନିତା ସନ୍ତଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି ।  ଓଡ଼ିଶାର କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଆଜି ସଫଳ କ୍ରୀଡାବିତ୍ ମାନଙ୍କୁ ପଦକ ପ୍ରଦାନ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍ ରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶା ଭଲ ପ୍ରଦର୍ଶନ କରିଛି ବୋଲି ଆଥଲେଟିକ୍ସ ପ୍ରୋଜେକ୍ଟ, ଓଡ଼ିଶାର ହେଡ୍‌କୋଚ ସଞ୍ଜୟ ଗଡ଼ନାୟକ ମତପ୍ରକାଶ କରିଛନ୍ତି । ଏଥିସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜୁନିୟର ଆଥଲେଟିକ୍ସରେ ଓଡ଼ିଶାର କ୍ରୀଡାବିତ୍‌ ମାନେ ନିଜର ଉତ୍ତମ ପ୍ରଦର୍ଶନ ଦ୍ୱାରା ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ପ୍ରକାଶଯୋଗ୍ୟ ଯେ, ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍ ରେ ଓଡ଼ିଶାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୧ ଟି ପଦକ ମିଳିଛି । ସେଥିମଧ୍ୟରୁ ୧୮ ଟି ସ୍ୱର୍ଣ୍ଣ, ୧୪ ଟି ରୌପ୍ୟ ଏବଂ ୧୯ ଟି କାଂସ୍ୟ ପଦକ ରହିଛି ।

Leave A Reply

Your email address will not be published.