Latest Odisha News

ଘରୋଇ ଉପାୟରେ ବାସନକୁସନକୁ କରନ୍ତୁ ଚକ୍‌ଚକ୍‌

ଭୁବନେଶ୍ବର: ଚକ୍‌ଚକ୍ ବାସନ ରୋଷେଇଘରର ଶୋଭା ବଢାଇଥାଏ । ରୋଷେଇ କଲାବେଳେ ଅସବାଧାନବତା ଯୋଗୁଁ କଢେଇ,ହାଣ୍ଡି ଜଳିଯାଏ । ସେହି ଦାଗ ଛଡାଇବାକୁ ସମୟ ନଷ୍ଟ ହେବା ସହ ମହଙ୍ଗା ଡିଟରଜେଣ୍‌ଟ୍ ବ୍ୟବହାର କରୁ । କିନ୍ତୁ ଆମ ନିତିଦିନିଆ ଘରୋଇ ସାମଗ୍ରୀରୁ ଏଭଳିଆ ଜିଦି ଦାଗକୁ ଆରାମରେ ଛଡାଇ ପାରିବା  ଓ ଏହା ମଧ୍ୟ ବ୍ୟୟବହୁଳ ହୋଇନଥାଏ ।

ବେକିଙ୍ଗ୍‌ ସୋଡା– ପୋଡିଯାଇଥିବା ବାସନରେ ଗୋଟିଏ ଚାମଚ ବେକିଙ୍ଗ୍ ସୋଡା,୨ଚାମଚ ଲେମ୍ବୁ ରସ ଓ ଗରମ ପାଣି ଢାଳି କିଛି ସମୟ ଛାଡି ଦିଅନ୍ତୁ । ତାପରେ ଷ୍ଟିଲ୍ ସ୍କ୍ରବ୍ ସାହାଯ୍ୟରେ ସଫା କରନ୍ତୁ । ଦେଖିବେ ଆରାମରେ ପୋଡା ଦାଗ ଛାଡିଯିବ ।

ଲେମ୍ବୁରସ– ସେହିପରି ଜଳିଥିବା ବାସନରେ ଲେମ୍ବୁକୁ ଘଷନ୍ତୁ । ତା’ ଉପରେ ଗରମ ପାଣି ଢାଳି ବ୍ରଶ୍ ସାହାଯ୍ୟରେ ଧିରେଧିରେ ସଫା କରନ୍ତୁ । ଏପରି କଲେ ଦାଗ ଛାଡିଯିବ ।

ଲୁଣ-ଦାଗଥିବା ବାସନରେ ପାଣିରେ ଲୁଣ ମିଶାଇ ୪ ମିନିଟ୍ ଫୁଟାନ୍ତୁ । ତାପରେ ବାସନକୁ ମାଜନ୍ତୁ ଦେଖିବେ ଶୀଘ୍ର ଦାଗ ଛାଡିଯିବ କଷ୍ଟ କରିବାକୁ ଏତେ ପଡିବ ନାହିଁ ।

ଟମାଟୋ ରସ– ସେହିପରି ଟମାଟୋରସ ଓ ପାଣି ମିଶାଇ ଗରମ କରନ୍ତୁ । ତାପରେ ସଫା କରିଦିଅନ୍ତୁ ।

ପିଆଜ– ବାସନକୁ ଚକ୍‌ଚକ୍ କରିବାକୁ ଛୋଟ ପିଆଜ ଖଣ୍ଡକୁ ପାଣିରେ ପକାଇ ଫୁଟାନ୍ତୁ । ଦେଖିବେ ଦାଗ ସବୁ ଉଭାନ୍ ହୋଇଯିବ ।

 

Leave A Reply

Your email address will not be published.