ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଶିବସେନାର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦୁଇ ଗୋଷ୍ଠୀଙ୍କୁ ନୂଆ ନାମ ମିଳିଛି । କିଛି ଦିନ ଧରି ଉଦ୍ଧବଙ୍କ ଗୋଷ୍ଠୀ ଏବଂ ଏକନାଥଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଦଳର ନାମ ଓ ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଁଚିବା ପରେ ବିବାଦର ସମାଧାନ କରିବାକୁ ଯାଇ ନିର୍ବାଚନ କମିଶନଙ୍କୁ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦେଶ ଦେଇଥିଲେ । ଶେଷରେ ନିର୍ବାଚନ କମିଶନ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି ।
EC writes to Shinde faction & Thackeray faction; allots the name 'Balasahebanchi ShivSena' to Shinde faction &'ShivSena (Uddhav Balasaheb Thackeray) to Thackeray faction, declines to allot 'Trishul', 'Rising Sun' & 'Gada' as symbols as they are "not in the list of free symbols" pic.twitter.com/1oz0YMSYQk
— ANI (@ANI) October 10, 2022
ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ନିର୍ବାଚନ ଚିହ୍ନ ମିଳିଛି ମଶାଲ ଚିହ୍ନ । ଏହା ସହ ଉଦ୍ଧବ ଗୋଷ୍ଠୀଙ୍କୁ ଦଳର ନାମ ମିଳିଛି ଶିବସେନା ଉଦ୍ଧବ ବାଲାସାହେବ ଠାକରେ ।
ସେପଟେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଦଳର ନୂଆ ନାମ ବାଲା ସାହେବଚି ଶିବସେନା ମିଳିଛି । ଯାହାର ଅର୍ଥ ହେଉଛି ବାଲସାହେବଙ୍କ ଶିବସେନା । ଏହି ଦୁଇ ନୂଆ ନାମରେ ଆଗାମୀ ଉପନିର୍ବାଚନରେ ଭାଗନେବେ ଦୁଇ ଦଳ । ତେବେ ସିନ୍ଦେ ଗୋଷ୍ଠୀଙ୍କୁ ଦଳୀୟ ଚିହ୍ନ ପାଇଁ ତିନୋଟି ଚିହ୍ନ ବାଛିବା ପାଇଁ କୁହାଯାଇଛି । ସିନ୍ଦେ ଗୋଷ୍ଠୀ ଗଦା ବା ତ୍ରିଶୁଳ ନିର୍ବାଚନ ଚିହ୍ନ ଚାହିଁଥିଲେ । ତେବେ ଏହି ଦୁଇ ଚିହ୍ନ ଧାର୍ମିକ ଚିହ୍ନ ହୋଇଥିବାରୁ ନିର୍ବାଚନ କମିଶନ ଏହାକୁ ଗ୍ରହଣ କରିନାହାଁନ୍ତି । ପୂର୍ବରୁ ଶିବସେନାର ଦଳୀୟ ଚିହ୍ନକୁ ନିର୍ବାଚନ କମିଶନ ଫ୍ରିଜ କରିଦେଇଛନ୍ତି । ନୂଆ ନାମ ଓ ଚିହ୍ନ ମିଳିବା ପରେ ଉଦ୍ଧବ ଠାକରେ ମଶାଲ ଧରି ତାଙ୍କ ସମର୍ଥକଙ୍କ ସହ ଖୁସି ମନାଇଛନ୍ତି ।
Comments are closed.