Latest Odisha News

BREAKING NEWS

ପୂର୍ବତଟ ରେଳପଥ ପକ୍ଷରୁ ପୁରୀକୁ ଏହିସବୁ ସ୍ପେଶାଲ୍ ଟ୍ରେନର ଅବଧି ବୃଦ୍ଧି

ଭୁବନେଶ୍ୱର: ପୂର୍ବତଟ ରେଳପଥ (ECoR) ଯାତ୍ରା ସୁବିଧା ଏବଂ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ କିଛି ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଜାଣନ୍ତୁ କେଉଁ ସବୁ ଟ୍ରେନ…

୧.ଟ୍ରେନ୍ ନମ୍ବର ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ପେଶାଲ୍:

ଭଞ୍ଜପୁରରୁ ଏହାକୁ ୧୩ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିପରି ପୁରୀରୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି।

୨.ଟ୍ରେନ୍ ନମ୍ବର ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସ୍ପେଶାଲ୍:

ଶାଲିମାରରୁ ଏହାକୁ ୧୪ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି। ସେହିପରି ପୁରୀରୁ ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବଢ଼ାଯାଇଛି।

ଏହିି ଚଳାଚଳକୁ ଧ୍ୟାନ ଦେବାକୁ ଯାତ୍ରୀମାନଙ୍କୁ ECoR ଦ୍ୱାରା ପରାମର୍ଶ ଦିଆଯାଇଛି। ଆହୁରି ମଧ୍ୟ ସେହି ଅନୁସାରେ ସେମାନଙ୍କର ଯାତ୍ରା ପ୍ଲାନ୍ କରିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.