Latest Odisha News

BREAKING NEWS

ପୂର୍ବତଟ ରେଳପଥର ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର: ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ବେଳେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭାକ୍ସିନ ଟିକା ଦିଆଯିବ।

ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୂର୍ବ ତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ମୋଟ ୨୩୪ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯିବ। ଆଜି ସନ୍ଧ୍ୟା ସୁଦ୍ଧା ସମୁଦାୟ ୧୦୦ଟି ଟିକା ଦିଆଯାଇଛି। ଏହା ଏକ ୨-ଡୋଜ୍ ଟିକା, ଯାହା ୨୮ ଦିନ ବ୍ୟବଧାନରେ ଦିଆଯିବ। ପ୍ରତ୍ୟେକ ଟୀକାର ମାତ୍ରା ୦.୫ ମି.ଲି.। ସଂପୂର୍ଣ୍ଣ ଅସୁସ୍ଥ ଏବଂ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରୋଗୀ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ବର୍ତ୍ତମାନ ଟିକା ଦିଆଯିବ ନାହିଁ।

ସେହିଭଳି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଚିକିତ୍ସାଳୟରେରେ ୧୩୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ। ଖୋର୍ଦ୍ଧା ରୋଡ଼ ପାଇଁ କୋଭିସିଲ୍ଡ ଦିଆଯିବ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଟିକା ପରିଚାଳନା ପାଇଁ ଯଥେଷ୍ଟ ସତର୍କତା ଏବଂ ଯତ୍ନ ନେବାକୁ ରେଳବାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.