Latest Odisha News

BREAKING NEWS

ପୂର୍ବତଟ ରେଳପଥ ପକ୍ଷରୁ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ସ୍ଥିତ ରେଳ ସଦନ ଠାରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି I

ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ ସହିତ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ସଦସ୍ୟ, ଶିଳ୍ପ, ପିଏସୟୁ, ଯାତ୍ରୀ ସଂଗଠନ ସଦସ୍ୟ, ଖାଉଟି ସଂଗଠନ ସଭ୍ୟ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କର ମୂଲ୍ୟବାନ ମତ ଓ ପରାମର୍ଶ ପ୍ରଦାନ କରିଥିଲେ I

ଏହି ବୈଠକରେ ଯାତ୍ରୀ ସୁବିଧା ଓ ସେବା ସହିତ ସାଧାରଣ ଚାହିଦା ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା I ପୂର୍ବତଟ ରେଳପଥ ର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବରିଷ୍ଠ ଉପମହାପ୍ରବନ୍ଧକ ଶ୍ରୀ ଏଚ.କେ.ଦତ୍ତ ଓ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ I

କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସମ୍ପାଦକ ତଥା ରେଳପଥ ର ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି ବୈଠକକୁ ପରିଚାଳନା କରିଥିଲେ I

Leave A Reply

Your email address will not be published.