ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟରୁ ଆହୁରି ୫ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି।
ତନ୍ମଧ୍ୟରେ ରହିଛି ପୁରୀରୁ ହାଓ୍ବଡ଼ା ଏବଂ ଯଶୋବନ୍ତପୁରକୁ ସ୍ୱତନ୍ତ୍ର ଟ୍ରେନ୍, ବିଶାଖାପାଟନମରୁ ଏଲଟିଟି ଓ କାଚିଗୁଡା, ସମ୍ବଲପୁରରୁ ନାନ୍ଦେଡ଼କୁ ସ୍ୱତନ୍ତ୍ର ଟ୍ରେନ୍। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ।
୦୧. ପୁରୀ-ହାଓ୍ବଡ଼ା-ପୁରୀ ସ୍ପେଶାଲ୍ ଟ୍ରେନ (୦୨୦୮୮/୦୨୦୮୭)
୦୨୦୮୮/୦୨୦୮୭ ପୁରୀ-ହାଓ୍ବଡ଼ା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଫେବୃଆରୀ ମାସ ପହିଲା ଠାରୁ ପ୍ରତିଦିନ ୧୦ଘ.୨୫ମି.ରେ ଏବଂ ହାଓଡ଼ାରୁ ଫେବୃଆରୀ ମାସ ଦୁଇ ତାରିଖ ଠାରୁ ପ୍ରତିଦିନ ପୂର୍ବାହ୍ନ ୯ଘ.୧୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
୦୨. ପୁରୀ-ଯଶୋବନ୍ତପୁର-ପୁରୀ ବିଶେଷ ଟ୍ରେନ (୦୨୦୬୩/୦୨୦୬୪)
୦୨୦୬୩/୦୨୦୬୪ ପୁରୀ-ଯଶୋବନ୍ତପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ୧୫ ଜାନୁଆରୀ ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୩ଘ.୧୫ମି.ରେ ଛାଡିବାକୁ ଥିବାବେଳେ ଯଶୋବନ୍ତପୁରରୁ ୧୬ ଜାନୁୟାରୀ, ୨୦୨୧ ଠାରୁ ପ୍ରତ୍ୟେକ ଶନିବାର ଦିନ ରାତ୍ର ୧୦ଘ.୪୦ମି. ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
୦୩. ବିଶାଖାପାଟନମ୍-ଏଲଟିଟି-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ (୦୮୫୧୯/୦୮୫୨୦)
୦୮୫୧୯/୦୮୫୨୦ ବିଶାଖାପାଟନମ୍-ଏଲଟିଟି-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମରୁ ୧୦ ଜାନୁଆରୀ ଠାରୁ ପ୍ରତ୍ୟେକ ଦିନ ରାତ୍ର ୧୧ଘ.୨୦ମି.ରେ ଛାଡିବ ଏବଂ ୧୨ ଜାନୁଆରୀ, ୨୦୨୧ ଠାରୁ ଏଲଟିଟିରୁ ପ୍ରତ୍ୟେକ ଦିନ ସକାଳ ୬ଘ.୫୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
୦୪. ବିଶାଖାପାଟନମ୍-କାଚିଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ (୦୮୫୬୧/୦୮୫୬୨)
୦୮୫୬୧/୦୮୫୬୨ ବିଶାଖାପାଟନମ୍-କାଚିଗୁଡା-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ୧୦ ଜାନୁଆରୀ ଠାରୁ ବିଶାଖାପାଟନମରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ୦୬ଘ.୪୦ମି. ରେ ଛାଡିବ ଏବଂ ୧୧ ଜାନୁଆରୀ, ୨୦୨୧ ଠାରୁ କାଚିଗୁଡାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଘ.୨୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
୦୬. ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ସ୍ପେଶାଲ୍ ଟ୍ରେନ (୦୨୦୮୫/୦୨୦୮୬)
୦୨୦୮୫/୦୨୦୮୬ ସମ୍ବଲପୁର-ନାନ୍ଦେଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁରରୁ ୧୫ ଜାନୁଆରୀ ଠାରୁ ପ୍ରତ୍ୟେକ ସୋମବାର, ଶୁକ୍ରବାର ଏବଂ ରବିବାର ଦିନ ପୂର୍ବାହ୍ନ ୧୦ଘ.୫୦ମି.ରେ ଛାଡିବ ଏବଂ ୧୬ ଜାନୁୟାରୀ, ୨୦୨୧ ଠାରୁ ନାନ୍ଦେଡ଼ରୁ ପ୍ରତ୍ୟେକ ମଙ୍ଗଳବାର, ଶନିବାର ଏବଂ ଷୋମବାର ଦିନ ଅପରାହ୍ନ ୪ଘ.୩୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
ଏହା ବ୍ୟତୀତ, ପୂର୍ବତଟ ରେଳପଥ କିଛିଦିନ ପୂର୍ବରୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଏହାର ପରିସୀମା ମଧ୍ୟରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବାପାଇଁ ବିଜ୍ଞପ୍ତି କରିଥିଲା।
ସେହି ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ, ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ, ବିଶାଖାପାଟନମ୍-ସାଇ ନାଗର ସିରିଡ଼ି-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ, ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ବିଶେଷ ଟ୍ରେନ, ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ ଏବଂ ସମ୍ବଲପୁର-ଜାମ୍ମୁ ତାୱି-ସମ୍ବଲପୁର ସ୍ପେଶାଲ୍ ଟ୍ରେନ ଓ ବର୍ତମାନ ପୂର୍ବତଟ ରେଳପଥ ମଧ୍ୟରୁ ଦେଶର ବିଭିନ୍ନ ସ୍ଥାନକୁ ପ୍ରାୟ ୩୪ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହାକୁ ମିଶାଇ ଚଳାଚଳ କରୁଛି।
ଏହା ଛାଡ ମଧ୍ୟ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଅନେକ ବିଶେଷ ଟ୍ରେନ ଚଳାଚଳ କରୁଥିବା ବେଳେ ପ୍ରାୟ ୨୦ଟି ପାର୍ବଣ ସ୍ୱତନ୍ତ୍ର ଟ୍ରେନ ମାନଙ୍କର ଚଳାଚଳ ଅବଧିକୁ ଜାନୁୟାରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଅଛି।
Comments are closed.