Latest Odisha News

BREAKING NEWS

ବେଆଇନ ଖଣି ଉତ୍ତୋଳନ: ସିରାଜୁଦ୍ଦିନ ମାଇନିଂର ୮.୫୨ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିରାଜୁଦ୍ଦିନ ମାଇନିଂ କମ୍ପାନୀର ୮.୫୨ କୋଟି ଟଙ୍କା ଜବତ କରିଛି । ଗତ ମାସ ଜୁନ ୨୪ ତାରିଖରେ ସିରାଜୁଦ୍ଦିନ ଆଣ୍ଡ କୋ. ଅଫିସ ରେଡ୍ କରିଥିଲା । ଗତକାଲି ଇଡି ଏକ ପ୍ରେସ ଇସ୍ତାହାର ଜାରି କରିଛି । ଏଥିରେ ଚଢ଼ାଉ ଏବଂ ଜବତ ଅର୍ଥ ରାଶି ବିଷୟରେ ଉଲ୍ଲେଖ ଅଛି । କେଉଁଝର ଗୁରୁଡ଼ାରେ ବେଆଇନ ଖଣିଜ ଉତ୍ତୋଳନ ଅଭିଯୋଗରେ ଇଡି ଏହି ରେଡ କରିଥିଲା ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି ।

କମ୍ପାନୀର ଦୁଇ ନିର୍ଦ୍ଦେଶକ ସିରାଜ ୟୁଶା ଏବଂ ମିରାଜ ୟୁଶାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିଲା । ସହଯୋଗୀ ୟାଜଦାନୀ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିମିଟେଡର ଆକାଉଣ୍ଟ ମଧ୍ୟ ତଦନ୍ତ ପରିସରଭୁକ୍ତ ଥିଲା । ଯେଉଁଥରୁ ପିଏମଏଲଏ(ପ୍ରିଭେନ୍ସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ) ଅଧୀନରେ ୮.୫୨ କୋଟି ଟଙ୍କା ଜବତ କରାଯାଇଛି ।

କମ୍ପାନୀ ଗୁରୁଡ଼ାରୁ ବିନା ଅନୁମତିରେ ୧.୪୩ ମେଟ୍ରିକ ଟନ୍ ମାଙ୍ଗାନିଜ୍ ଓର୍ ଉତ୍ତୋଳନ କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ସ୍ଥାନରୁ ଅନୁମତି ଠାରୁ ଅଧିକ ମାତ୍ରାର ଖଣିଜ ଉତ୍ତୋଳନ କରିଥିବା ଇଡି କହିଛି । ଏହି ଅଭିଯୋଗେର ଇଡି କମ୍ପାନୀ ଅଫିସରେ ରେଡ କରିଥିଲା । ବେଆଇନ ଉତ୍ତୋଳନରୁ ବାହାରିଥିବା ଟଙ୍କା କମ୍ପାନୀର ଆକ୍ସିସ୍ ବ୍ୟାଙ୍କ ଆକାଉଣ୍ଟରୁ ଜବତ କରିଛି ।

ଏହା ପୂର୍ବରୁ ପିଏମଏଲଏ ଅଧୀନରେ ଇଡି କମ୍ପାନୀର ୬୨୨ କୋଟି ଟଙ୍କା ଜବତ କରିଛି । ଭୁବନେଶ୍ୱରର ଏକ ସ୍ପେଶାଲ କୋର୍ଟରେ ମାମଲା ପଞ୍ଜୀକୃତ ହୋଇଛି ।

Leave A Reply

Your email address will not be published.