Latest Odisha News

ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲା, ଅଭିନେତା ଡିନୋ ମୋରିଆଙ୍କ ସମ୍ପତ୍ତି ଜବତ

ମୁମ୍ବାଇ : ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଋଣ ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଅଭିନେତା ଡିନୋ ମୋରିଆ, ସଞ୍ଜୟ ଖାନ୍‌ ଓ ଆକ୍ବିଲ ଅବଦୁଲ ଖଲିଲ ବାଚୋଲିଙ୍କ ୮ କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୬ ହଜାର କୋଟି ଟଙ୍କାର ଷ୍ଟର୍ଲିଂ ବାୟୋଟେକ ଦୁର୍ନୀତି ମାମଲାର ତଦନ୍ତ ସମୟରେ ଇଡି ଏଭଳି ପଦକ୍ଷେପ ନେଇଛି । ୮ଟି ଅଚଳ ସମ୍ପତ୍ତି, ୩ଟି ଗାଡି, ବହୁ ବ୍ୟାଙ୍କ ଆକାଉଣ୍ଟ, ସେୟାର, ମ୍ୟୁଚୁଆଲ ଫଣ୍ଡ ଆଦି ଜବତ ହୋଇଛି । ଯାହାର ବର୍ତ୍ତମାନର ମୂଲ୍ୟ ୮ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଇଡି କହିଛି ।

ସଞ୍ଜୟ ଖାନ୍‌ଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ବେଳେ, ଡିନୋ ମୋରିଆଙ୍କ ୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି, ଡିଜେ ଆକ୍ବିଲଙ୍କ ୧ କୋଟି ୯୮ ଲକ୍ଷ ଟଙ୍କାର ସମ୍ପତ୍ତି, ଇରଫାନ ଅହମ୍ମଦ ସିଦ୍ଦିକଙ୍କ ୨ କୋଟି ୪୧ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ପଳାତକ ଭ୍ରାତା ନୀତିନ ଓ ଚେତନ ସଣ୍ଡେସାରାଙ୍କ ମାଲିକାନାରେ ଥିବା ଷ୍ଟର୍ଲିଂ ବାୟୋଟେକ ବିଭିନ୍ନ ବ୍ୟାଙ୍କରୁ ଋଣ ନେବା ସହ ଜାଲିଆତି କରିଥିଲା । ଏହି ଜାଣିଆଜି ଜଣାପଡିବା ପରେ ସିବିଆଇ ପକ୍ଷରୁ ରୁଜୁ ହୋଇଥିଲା ମାମଲା । ଯାହାର ତଦନ୍ତ ଭାର ଇଡିକୁ ଦିଆଯାଇଥିଲା ।

Comments are closed.