Latest Odisha News

BREAKING NEWS

ବାବା ସାରଥୀଙ୍କ ବାରିମୂଳ ଆଶ୍ରମରେ ବିଜ୍ଞପ୍ତି ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବାରିମୂଳଠାରେ ଥିବା ଆତ୍ମଘୋଷିତ ବାବା ସାରଥୀଙ୍କ ଆଶ୍ରମରେ ଶନିବାର ଦିନ ପହଞ୍ଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ, ଆଶ୍ରମ ମାଲିକାନାରେ ରହିଥିବା ସମସ୍ତ ପ୍ରକାର ସମ୍ପତ୍ତିର କିଣା ବିକା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

ଏପରିକି ଆଶ୍ରମ ପରିସରରେ ସର୍ବସାଧାରଣଙ୍କ ପ୍ରବେଶକୁ ନିଶେଧାଦେଶ କରାଯାଇ ଏସମ୍ପର୍କୀତ ଏକ ନୋଟିସ୍ ଇଡ଼ି ପକ୍ଷରୁ ଜାରି କରାଯାଇଛି ।

ଶନିବାର ଦିନ ବାରିମୂଳସ୍ଥିତ ଏହି ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ୪ ଜଣିଆ ଟିମ୍ ପହଞ୍ଚି ଆଶ୍ରମ ପରିସରରେ ଏହି ନୋଟିସ୍ ବୋର୍ଡ଼ ଲଗାଇଥିଲେ ।

ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଏସଡ଼ିଜିଏମ ଅଦାଲତ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିବା ପରେ ଚୌଦ୍ୱାର ସର୍କଲ୍ ଜେଲରୁ ଗୁରୁବାର ସନ୍ଧ୍ୟାରେ ମୁକୁଳିଥିଲେ । ବାରିମୂଳସ୍ଥିତ ଏହି ଆଶ୍ରମରେ ପ୍ରବେଶ କରିବାକୁ ଅଦାଲତଙ୍କ ପକ୍ଷରୁ ବାବାଙ୍କୁ ପ୍ରବେଶ ବାରଣ କରାଯାଇଛି ।

Leave A Reply

Your email address will not be published.