ମୁମ୍ବାଇ: ବେଟିଂ ଆପ୍ ମ୍ୟାଜିକ୍ୱିନକୁ ନେଇ ଏକ ବଡ଼ ଖୁଲାସା କରାଯାଇଛି। ବଡ ଏବଂ ଛୋଟ ପରଦାର ଅନେକ ତାରକା ଏହି ଆପର ବିଜ୍ଞାପନ କରିଥିଲେ। ବର୍ତ୍ତମାନ ଏହି ଆପର ପାକିସ୍ତାନ କନେକ୍ସନ ସାମ୍ନାକୁ ଆସିବା ପରେ ଇଡି ଏହି ଘଟଣାର ତଦନ୍ତ ହାତକୁ ନେଇଛି। ଇଡିର ଅନୁସନ୍ଧାନ ଅନୁଯାୟୀ, ଏହି ଆପ୍ ମାଧ୍ୟମରେ ସବୁ ଇନକମ୍ ବିଟକଏନରେ ବିନିଯୋଗ ହୋଇଛି। ଏହା ପରେ ପୁରା ଅର୍ଥରାଶି ଦୁବାଇ ଦେଇ ପାକିସ୍ତାନକୁ ପଠାଯାଉଥିଲା।
ଏହି ଆପରେ ଭିନ୍ନଭିନ୍ନ ପ୍ରକାରର ଜୁଆ ଖେଳାଯାଉଥିଲା। ଯାହା ସାଧାରଣତଃ ଫିଲିପାଇନ୍ସ ଭଳି ଦେଶରେ ଖେଳାଯାଇଥାଏ। ଏହି ଆପର ପ୍ରତିଷ୍ଠାତା ପାକିସ୍ତାନୀ ଏବଂ ଏହା ଦୁବାଇରେ ବସିଥିବା କିଛି ଭାରତୀୟ ନାଗରିକଙ୍କ ସହାୟତାରେ ପରିଚାଳିତ ହେଉଥିଲା। ଦୁବାଇରୁ ଏହି ଆପର ଡଜନେରୁ ଅଧିକ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ପରିଚାଳିତ ହେଉଥିଲା।
ଏହି ଆପ୍ ଉନ୍ମୋଚନ ସମୟରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ବହୁ ବଲିଉଡ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ। ଏହି ଇଭେଣ୍ଟରେ ଫଟୋ ସୁଟ୍ ମଧ୍ଯ ହୋଇଥିଲା ଏବଂ ଫଟୋ ମାଧ୍ୟମରେ ସୋସିଆଲ୍ ମିଡିଆରେ ଏହି ଆପର ପ୍ରମୋସନ ମଧ୍ଯ କରାଯାଇଥିଲା।
ଅପରପକ୍ଷରେ ଅଭିନେତ୍ରୀ ମଲ୍ଲିକା ଶେରାୱତ ଏବଂ ପୂଜା ବାନାର୍ଜୀଙ୍କୁ ଜେରା କରିଛି ଇଡି। ସେହିପରି ଆସନ୍ତା ସପ୍ତାହରେ ଅତି କମରେ ସାତଜଣ ସେଲିବ୍ରିଟିଙ୍କୁ ସମନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
Comments are closed.