ରାୟପୁର: ଗୁରୁବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାୟପୁରର ଏକ ହୋଟେଲରେ ପାର୍କିଂ ହୋଇଥିବା ଏକ ଗାଡିରୁ ୫ କୋଟି ଟଙ୍କା ଜବତ କରିଛି। ଏହି ଜବତ ବେଳେ ବହୁଚର୍ଚ୍ଚିତ ମହାଦେବ ଆପ୍ ବେଟିଂ ମାମଲାର ଲିଙ୍କ୍ ସାମ୍ନାକୁ ଆସିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଏହି ସମୟରେ ବିଦେଶରୁ ନେତାଙ୍କୁ ପାଇଁ ଟଙ୍କା ଆସିବା ଚିନ୍ତାର କାରଣ ପାଲଟିଛି।
ଛତିଶଗଡ଼ର ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ପାଇଁ ୟୁଏଇରରୁ ଜଣେ କୋରିଅର ଏହି ଟଙ୍କା ନେଇଆସିଇଥିବା ଅଭିଯୋଗ ହୋଇଛି।
ଜଣେ କୋରିଅର୍ ୟୁଏଇରୁ ରାୟପୁରର ରାଜନୈତିକ ନେତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନଗଦ ଟଙ୍କା ଯୋଗାଡ଼ କରି ପହଞ୍ଚାଇବା ପାଇଁ ଯାତ୍ରା କରୁଥିବା ଗୁଇନ୍ଦା ସୂଚନା ଆଧାରରେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାଦେବ ଆପର ପ୍ରମୋଟରମାନେ ଏହି ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ହୋଇଛି। ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ବିଳମ୍ବିତ ରାତି ଯାଏଁ ଚାଲିଥିଲା।
ପୂର୍ବରୁ ଇଡି ମହାଦେବ ଆପ୍ ବେଟିଂ ମାମଲାରେ ଏହି ଆପର ପ୍ରମୋଟର ସୌରଭ ଚନ୍ଦ୍ରାକର ଓ ରବି ଉପ୍ପଲଙ୍କ ସମେତ ୧୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
Comments are closed.