Latest Odisha News

BREAKING NEWS

ରାଜସ୍ଥାନରେ ଘାଣ୍ଟିଲା ଇଡି: ମୁଖ୍ୟମନ୍ତ୍ରୀଙ୍କ ପୁଅ ବୈଭବଙ୍କୁ ସମନ; ବରିଷ୍ଠ କଂଗ୍ରେସ ନେତାଙ୍କ ଘରେ ଛାପା

ନୂଆଦିଲ୍ଲୀ: ରାଜସ୍ଥାନରେ ଘାଣ୍ଟୁଚି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ହାଜର ହେବା ପାଇଁ ଇଡି ନୋଟିସ ପଠାଇଥିବାବେଳେ ଅନ୍ୟପକ୍ଷେ କଂଗ୍ରେସର ପ୍ରମୁଖ ନେତା ଗୋବିନ୍ଦ ସିଂହ ଡୋଟାସରାଙ୍କ ଜୟପୁରସ୍ଥିତ ବାସଭବନରେ ଛାପା ମାରିଛି ।

ବୈଭବଙ୍କୁ ବିଦେଶୀ ମୁଦ୍ରା ଅଧିନିୟମ ମାମଲାରେ ପଚରା ପଚରି କରାଯିବା ନେଇ ଅକ୍ଟୋବର ୨୭ ତାରିଖରେ ହାଜର ହେବାକୁ କହିଛି । ଅନ୍ୟପକ୍ଷେ ପେପର ଲିକ ମାମଲାରେ ଡୋଟାସରାଙ୍କ ଘରେ ଇଡି ଛାପା ମାରିଥିବା ଜଣାଯାଇଛି । ଜୟପୁର ସମେତ ସୀକରରେ ମଧ୍ୟ ଇଡି ଛାପା ମାରିଥିବା ଜଣାଯାଇଛ ।

ଇଡି ଆକ୍ସନ ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି, ବିଜେପି କେନ୍ଦ୍ରୀ ଏଜେନ୍ସିର ଅପବ୍ୟବହାର କରୁଛି ।  ସେହିପରି ମୁଖ୍ୟମନ୍ତ୍ରୀ ଗେହଲଟ ଏହି ଇଡି ନୋଟିସ ଉପରେ କଡା ପ୍ରତିକ୍ରିୟା ରଖି କହିଛନ୍ତି । ସେ କହିଛନ୍ତି, ଅକ୍ଟୋବର ୨୫ ତାରିଖରେ ରାଜସ୍ଥାନ ମହିଳାଙ୍କ ପାଇଁ କଂଗ୍ରେସ ବିଭିନ୍ନ ଯୋଜନା ଲଞ୍ଚ କରିଥିଲା । ୨୬ ତାରିଖ ଦିନ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ଘରେ ଇଡି ରେଡ, ପୁଅ ବୈଭବଙ୍କୁ ୨୭ ତାରିଖ ହାଜର ପାଇଁ ନୋଟି । ଏହାର ଅର୍ଥ କ’ଣ ହୋଇପାରେ ? ରାଜସ୍ଥାନରେ ଇଡି ଚଢାଉ ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି  କାରଣ ଭାଜପା ଚାହୁଁନାହିଁ କଂଗ୍ରେସ ପକ୍ଷରୁ ଦିଆ ଯାଉଥିବା ଗ୍ୟାରେଣ୍ଟି ଯୋଜନାର ଲାଭ ରାଜ୍ୟର ମହିଳା, ଚାଷୀ, ଗରିବ, ଦଳିତଙ୍କ ପାଖରେ ପହଞ୍ଚୁ ।

ସୂଚନାଥାଉ କି, ରାଜସ୍ଥାନ ପରୀକ୍ଷା ପେପର ଲିକ ମାମଲାରେ ମନି ଲଣ୍ଡରିଂର ଯାଞ୍ଚ କରୁଛି ଇଡିଓ । ଏହି ପେପର ଲିକ ଘଟଣାରେ ଟଙ୍କା କାରବାର ହୋଇଥିବା ନେଇ ଗୋବିନ୍ଦ ସିଂହ ଡୋଟାସରାଙ୍କ ସମେତ  କଂଗ୍ରେସ ବିଧାୟକ ଓମ ପ୍ରକାଶ ହୁଡଲାଙ୍କ ଘରେ ମଧ୍ୟ ଛାପା ମାରିଛି ।

ସେହିପରି ଜୟପୁରର ଦୁଇ ଜଣ ବ୍ୟକ୍ତି ୨୦୧୫ରେ ଏକ ମାମଲା ଦାଏର କରିଥିଲେ ଯେଉଁଥିରେ ସେମାନେ ଅଭିଯୋଗ କରିଥିଲେ ଯେ, ବୈଭବ ଗେହଲଟ ମରିସସ ସ୍ଥିତ ‘ଶିବନାର ହୋଲଡିଂସ୍’ ନାମ ଏକ କମ୍ପାନୀର କଳାଧନକୁ ଅନ୍ୟସ୍ଥାନରେ ବିନିଯୋଗ କରିଛନ୍ତି । ଏହି ‘ଶିବନାର ହୋଲଡିଂସ୍’ ଏକ ଶେଲ କମ୍ପାନୀ ଅଟେ । ଅଭିଯୋଗ ଅନୁସାରେ,  ୨୦୧୧ରେ   ହୋଟେଲର ୨୫୦୦ ସେୟାର କିଣି ମରିସସସ୍ଥିତ ଏହି କମ୍ପାନୀର  ଫଣ୍ଡକୁ ଟ୍ରାଇଟନ ହୋଟେଲରେ ଲଗା ଯାଇଥିଲା । ଉକ୍ତ ଶେୟାରର ମୂଲ୍ୟ ପ୍ରତି ଶେୟାର ପାଇଁ ୧୧ ଟଙ୍କା ଥିବାବେଳେ ଏହାକୁ ୩୯ ହଜାର ଟଙ୍କାରେ କିଣା ଯାଇଥିଲା । ଅଭିଯୋଗକାରୀଙ୍କ ଉଦ୍ଦେଶ୍ୟ, ଶିବନାର ହୋଲ୍ଡିଂସ ୨୦୦୬ରେ ଗଠନ କରାଯାଇଥିଲା ଏବଂ ଏହାର ମୂଳ ଲକ୍ଷ୍ୟ ଥିଲା କଳାଟଙ୍କକୁ ବିନିଯୋଗ କରିବା ।

Leave A Reply

Your email address will not be published.