ନୂଆଦିଲ୍ଲୀ: ଶିଳ୍ପପତି ସୁଭାଷ ଚନ୍ଦ୍ରାଙ୍କୁ ୟେସ୍ ବ୍ୟାଙ୍କ ମନି ଲଣ୍ଡରିଂ ମାମଲାରେ ସମନ୍ କରାଯାଇଛି। ପୂର୍ବରୁ ଡିଏଚଏଫଏଲର ୱାଧାୱାନସ, ଜେଟ ଏୟାରୱେଜର ଚେୟାରମ୍ୟାନ ନରେଶ ଗୋୟେଲ, ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ ଅନୀଲ ଅମ୍ବାନି ଓ କକ୍ସ ଏବଂ କିଙ୍ଗ୍ର ପିଟର କେରକରଙ୍କୁ ମଧ୍ୟ ସମନ କରାଯାଇଛି । ଏହି ବ୍ୟାଙ୍କର ପ୍ରତିଷ୍ଠାତା ରାଣା କାପୁର ଗିରଫ ହୋଇ ପୁଲିସ୍ ହେପାଜତରେ ଅଛନ୍ତି । ବର୍ତ୍ତମାନ ଅଭିଯୋଗ ଆସିଛି, ସଙ୍କଟ ଜନକ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କରେ ସୁଭାଷ ଚନ୍ଦ୍ରାଙ୍କ କମ୍ପାନୀ ଏସେଲ୍ ଗ୍ରୁପ୍ର କିଛି ଏଭଳି ଆକାଉଣ୍ଟ ଅଛି ଯାହା ନାମରେ ୮୦୦୦ କୋଟି ଟଙ୍କାର ବକେୟା ବା ଋଣ ରହିଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଏହା ପୂର୍ବରୁ ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ଅନୀଲ ଅମ୍ବାନୀ ଏବଂ ଗୌତମ ଥାପ୍ପରଙ୍କ ଭଳି ଶିଳ୍ପପତିଙ୍କୁ ସମନ୍ କରିଥିଲା। ଏହା ପରେ ଅନୀଲ ଅମ୍ବାନୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହେବାରେ ବିଳମ୍ବ କରାଇବାରୁ ତାଙ୍କୁ ବର୍ତ୍ତମାନ ପୁଣି ସମନ୍ କରାଯାଇଛି। ୟେସ୍ ବ୍ୟାଙ୍କ ନିୟମ ଉଲ୍ଲଂଘନ କରି ଋଣ ଦେଇଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା। ଇଡି ଏହି ସମସ୍ତ ମାମଲାର ତଦନ୍ତ କରୁଛି। ଭାରତର ଚତୁର୍ଥ ବୃହତ ଘରୋଇ ବ୍ୟାଙ୍କ ୟେସ୍ ବ୍ୟାଙ୍କ ନାମରେ ୩୪ ହଜାର କୋଟି ଟଙ୍କାର ଅନାଦେୟ ଋଣ ରହିଛି।
Comments are closed.