Latest Odisha News

BREAKING NEWS

ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ପତ୍ନୀଙ୍କୁ ଇଡିର ସମନ

କୋଲକାତା: କୋଇଲା ଚୋରା ଚାଲାଣ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଟିଏମ୍‌ସି ସାଂସଦ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ଡକାଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କୋଇଲା ଚୋରା ଚାଲାଣ ମାମଲାରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା ପାଇଁ ଡକାଯାଇଛି।

ସେପ୍ଟେମ୍ବର ୩ରେ ଟିଏମସିର ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଏହି ଘଟଣାରେ ସମନ କରାଯାଇଥିବାବେଳେ ତାଙ୍କ ପତ୍ନୀ ରୁଜିରାଙ୍କୁ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି।

Leave A Reply

Your email address will not be published.