ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରଙ୍କ ଦ୍ୱାରା ଏକ ବଡ ଭୁଲ ହୋଇଛି । ନିୟମ ଅନୁସାରେ ଗୋଟିଏ ବୋଲର ୧୦ ଓଭରରୁ ଅଧିକ ବୋଲିଂ କରିପାରିବ ନାହିଁ । ମାତ୍ର ଅଫ ସ୍ପିନର ଇଡେନ କାର୍ସନଙ୍କ ମ୍ୟାଚର ୪୫ତମ ଓଭର ବେଳକୁ ନିଜର କୋଟା ୧୦ ଓଭର ପୂର୍ଣ୍ଣ କରିଥିଲେ । ସେ ମାତ୍ର ୪୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ । ମାତ୍ର ଅମ୍ପାୟର ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ସେ ଏହା ପରେ ପୁନର୍ବରେ ଆଉ ଏକ ଓଭର ପକାଇ ୧ ରନ ଦେଇଥିଲେ ।
ଓଭର ହିସାବ ସମୟରେ ଏହି ଭୁଲ ଧରା ପଡିଥିଲା । ଶ୍ରୀଲଙ୍କା ଟିମର ବ୍ୟାଟ୍ସମ୍ୟାନ କିମ୍ବା ସାଥୀ ଖେଳାଳିମାନେ ଏହି ଭୁଲ ଧରି ପାରି ନ ଥିଲେ । ଏହି ଘଟଣା ପ୍ରସାରିତ ହେବା ପରେ ଏହାର ଚର୍ଚ୍ଚା ଜୋର ଧରିଛି । ଆଇସିିସି ଏଥିନେଇ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।
Comments are closed.