Latest Odisha News

BREAKING NEWS

ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ

କୋଲକାତା: ମହାମାରୀ କରୋନା ଏବଂ ବାତ୍ୟା ଆମ୍ଫନ୍ ସଂକଟ ଯୋଗୁଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ର ସମସ୍ତ ସ୍କୁଲ ତଥା କଲେଜ ଗୁଡିକ ବନ୍ଦ ରହିବା ନେଇ ସୂଚନା ମିଳିଅଛି ।

ଗତ ମଇ ୨୧ ତାରିଖ ରେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା ଆମ୍ଫନ୍ ଯୋଗୁ ବୋହିଥିବା ପବନ ତଥା ପ୍ରବଳ ବର୍ଷା ପ୍ରଭାବରେ ସ୍କୁଲ କୋଠାଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି,ତଥା ଅନେକ ଗୁଡିଏ ଶିକ୍ଷାନୁଷ୍ଠାନ ଗୁଡିକୁ କ୍ୱାରେନଟାଇନ ଘର ରୁପେ ବ୍ୟବହାର କରାଯାଉଥିବା ରାଜ୍ୟ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ଅଟୋଇମ୍ୟୁନ୍ ରୋଗ ଓ କୋଭିଡ୍‌-୧୯

ପୂର୍ବରୁ ଜୁନ ମାସ ୧୧ ତାରିଖରେ ସ୍କୁଲ ଓ କଲେଜ ଖୋଲିବାକୁ ପଶ୍ଚିମବଙ୍ଗ ସରକାର ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖରେ କୌଣସି ବଦଳି ହୋଇନଥିବା ବେଳେ ପୂର୍ବନିର୍ଦ୍ଧାରିତ ଜୁନ୨୯,ଜୁଲାଇ ୨ ଓ ଜୁଲାଇ ୬ ରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା କଥା ଶିକ୍ଷାମନ୍ତ୍ରୀ ଶ୍ରୀ ଚାଟାର୍ଜୀ ଏକ ପ୍ରେସ ବ୍ରିଫିଂ ରେ ସୂଚନା ଦେଇଛନ୍ତି ।

ପ୍ରାୟ ୧୦୫୮ ପରୀକ୍ଷା କେନ୍ଦ୍ର ରେ ହେବାକୁ ଥିବା ପରୀକ୍ଷା ସମୟରେ ସମସ୍ତ ପ୍ରକାର ସାବଧାନତା ତଥା ସୁରକ୍ଷା ଗାଇଡଲାଇନ ପାଳନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଉଚ୍ଚଶିକ୍ଷା ପରୀକ୍ଷା ନିମନ୍ତେ କଲେଜ ର କିଛି କୋଠା ମଧ୍ୟ ବ୍ୟବହାର କରିବାର ପ୍ରାବଧାନ ରଖାଯାଇଛି ।

ବାତ୍ୟା ଆମ୍ଫନ୍ ଯୋଗୁଁ କୋଲକାତା, ଉତ୍ତର ୨୪ ପାରଗାନାସ, ଦକ୍ଷିଣ ୨୪ ପାରଗାନାସ, ପୂର୍ବ ମଦିନାପୁର, ପୂର୍ବ ବର୍ଦ୍ଧମାନ, ନଡିଆ, ହୁଗୁଳି ଓ ହାୱଡା ଜିଲ୍ଲାର ପ୍ରାୟ ୪୬୨ ପରୀକ୍ଷା କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି । ତେଣୁ ସରକାର ପରୀକ୍ଷା ର ସୁପରିଚାଳନା ନିମନ୍ତେ ବିକଳ୍ପ ପରୀକ୍ଷା କେନ୍ଦ୍ର ସନ୍ଧାନରେ ଅଛନ୍ତି ।

Leave A Reply

Your email address will not be published.