Latest Odisha News

BREAKING NEWS

ଶିକ୍ଷାବିତ୍ ସଂକର୍ଷଣ ମିଶ୍ରଙ୍କ ପରଲୋକ

କଟକ: ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଡକ୍ଟର ସଂକର୍ଷଣ ମିଶ୍ର (୮୦)ଙ୍କର ଶନିବାର ରାତିରେ ତାଙ୍କ ଶିଖରପୁରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।

ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ଦୁଇପୁଅ, ବୋହୂ ଓ ନାତି ଉପସ୍ଥିତ ଥିଲେ।

ଡକ୍ଟର ମିଶ୍ର ‘ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା’ର ଉପସଭାପତି ଥିଲେ ଏବଂ ପରିଷଦର ମୁଖପତ୍ର ‘ରାଷ୍ଟ୍ରବାଦୀ’ର ସମ୍ପାଦନା କରୁଥିଲେ। ସେ ଓଡ଼ିଶାର ଅଳଙ୍କାର ଶାସ୍ତ୍ର ଉପରେ ଗବେଷଣା କରି ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ଲାଭ କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଡକ୍ଟର ସୁଶାନ୍ତ କୁମାର ଦାସ, ପୂର୍ବତନ ଯୁଗ୍ମସମ୍ପାଦକ ପ୍ରସନ୍ନ କୁମାର ମହାନ୍ତି, ‘ନିର୍‌ତାର୍‌’ର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି, ବରିଷ୍ଠ ଶିକ୍ଷାବିତ୍ ରବିନାରାୟଣ ମହାନ୍ତି ପ୍ରମୁଖ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ପୁରୀ ସ୍ଵର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ବଡ଼ପୁଅ ବାଣୀପ୍ରସାଦ ମୁଖାଗ୍ନି ଦେଇଥିଲେ।

ଡକ୍ଟର ମିଶ୍ରଙ୍କ ବିୟୋଗରେ ‘ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା’ର ପୂର୍ବତନ ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ସଂଗଠନ ସମ୍ପାଦକ ମହେନ୍ଦ୍ର କାପୁର, ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି, ପୂର୍ବତନ ସଭାପତି ଡକ୍ଟର ବିମଳ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

 

Comments are closed.