ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ କର୍ମକର୍ତ୍ତା । ପିକେଟିଂ କରି ରାସ୍ତାରୋକ କରିଛନ୍ତି । ବିଭିନ୍ନ ଷ୍ଟେସନରେ ରେଳରୋକ ବି କରିଛନ୍ତି । କିଛି ସ୍ଥାନରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଉଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

କୃଷକ ସଂଗଠନର ଭାରତ ବନ୍ଦକୁ ସମର୍ଥନ ଦେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ସେହିପରି ବାମଦଳ କର୍ମକର୍ତ୍ତା ବି ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଓଡ଼ିଶାରେ ବନ୍ଦକୁ ସମର୍ଥନ ମିଳିଛି । କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।
ଗୁଣୁପୁରରେ ପଡ଼ିଛି ଭାରତ ବନ୍ଦ ପ୍ରଭାବ । ଏଆଇକେଏମ୍ ଓ ଏଆଇକେଏମଏସ୍ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ସ୍ଲୋଗାନ ଦେଉଛନ୍ତି ଆନ୍ଦୋଳନକାରୀ । ସକାଳୁ ସକାଳୁ ବନ୍ଦ ପାଳନ ଯୋଗୁ ସାଧାରଣ ଜୀବନଯାତ୍ରୀ ସାମାନ୍ୟ ପ୍ରଭାବିତ ହୋଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ।
BREAKING NEWS
- ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ
- Elephant Attack: ପୁଣି ଦନ୍ତା ଆତଙ୍କ: ରାତିକରେ ହାତୀ ନେଲାଣି ୬ ଜୀବନ
- US Military Budget: ୧.୫ ଟ୍ରିଲିୟନ ଡଲାର ପ୍ରତିରକ୍ଷା ବଜେଟ୍ ପ୍ରସ୍ତାବ ଆଗତ କଲେ ଟ୍ରମ୍ପ
- Odisha Cold Wave: ଜାଡ଼ରେ ଥରହର ସାରା ଓଡ଼ିଶା, ଶୂନ ଡିଗ୍ରୀକୁ ଖସିଲା ଶିମିଳିପାଳ ପାରଦ
- Encroachments: ଏମ୍ସ ରାସ୍ତାରୁ ହଟିଲା ୨୪୭ରୁ ଉର୍ଦ୍ଧ୍ୱ ବେଆଇନ ଜବର ଦଖଲ: ରୋଗୀ, ଆମ୍ବୁଲାନ୍ସ ଯିବା ଲାଗି ବାଟ ସଫା
- Weather Update: ଏହି ତିନି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ରହିବାକୁ ପରାମର୍ଶ
- Turkman Gate Violence: ତୁର୍କମାନ ଗେଟ୍ ହିଂସା ମାମଲାରେ ବଡ ଖୁଲାସା;ରାଜନୈତିକ ସମ୍ପର୍କ ଏବଂ ବାହାର ପଥର ଫିଙ୍ଗାଳିଙ୍କ ସମ୍ପୃକ୍ତି…
- ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁ ପ୍ରବେଶ;ତାଙ୍କୁ ନେଇଥିବା ବ୍ୟକ୍ତି ଅଟକ…
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
Comments are closed.