ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ କର୍ମକର୍ତ୍ତା । ପିକେଟିଂ କରି ରାସ୍ତାରୋକ କରିଛନ୍ତି । ବିଭିନ୍ନ ଷ୍ଟେସନରେ ରେଳରୋକ ବି କରିଛନ୍ତି । କିଛି ସ୍ଥାନରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଉଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

କୃଷକ ସଂଗଠନର ଭାରତ ବନ୍ଦକୁ ସମର୍ଥନ ଦେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ସେହିପରି ବାମଦଳ କର୍ମକର୍ତ୍ତା ବି ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଓଡ଼ିଶାରେ ବନ୍ଦକୁ ସମର୍ଥନ ମିଳିଛି । କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।
ଗୁଣୁପୁରରେ ପଡ଼ିଛି ଭାରତ ବନ୍ଦ ପ୍ରଭାବ । ଏଆଇକେଏମ୍ ଓ ଏଆଇକେଏମଏସ୍ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ସ୍ଲୋଗାନ ଦେଉଛନ୍ତି ଆନ୍ଦୋଳନକାରୀ । ସକାଳୁ ସକାଳୁ ବନ୍ଦ ପାଳନ ଯୋଗୁ ସାଧାରଣ ଜୀବନଯାତ୍ରୀ ସାମାନ୍ୟ ପ୍ରଭାବିତ ହୋଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ।
BREAKING NEWS
- Pakistan Airstrike: ପାକିସ୍ତାନର ଭୟଙ୍କର ବିମାନ ଆକ୍ରମଣ
- Credit Card Users: କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଝଟକା
- ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ, ଓଡ଼ିଶା-ଅଷ୍ଟ୍ରେଲିଆ ମଧ୍ୟରେ ବଢ଼ିବ ସହଯୋଗ
- ଆଇପିଏଲ ନେଇ ବିସିସିଆଇ ଜାରୀ କରିଛି କଡା ନିୟମ
- Afghanistan Pakistan Conflict: ‘ଆଉ ଆଲୋଚନା ନୁହେଁ, ସିଧା ପ୍ରତିଶୋଧ ନେବୁ…’, କାବୁଲରେ ବିମାନ ଆକ୍ରମଣ ପରେ ତାଲିବାନର ଘୋଷଣା
- Congress Suspends 3 MLAs: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ, ତିନି ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ
- ବଢ଼ିଲା କ୍ରସଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା
- Nuclear Weapon Against Iran: ଯୁଦ୍ଧରେ ଇରାନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ କି ଇସ୍ରାଏଲ? ଟ୍ରମ୍ପ କହିଲେ…
- ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ: ଅକାଳରେ ମରୁଛନ୍ତି ଅଲିଭ୍ ରିଡ୍ଲେ, ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ
- କାହିଁକି ଓ କାହା ଭୁଲରୁ ଘଟିଗଲା SCB ଅଗ୍ନିକାଣ୍ଡ?
Comments are closed.