Latest Odisha News

ତୋଡ଼ା ଜଙ୍ଗଲରେ ଚାଲିଛି ଟ୍ରାଙ୍କୁଲାଇଜ୍, ୬୦ ଜଣିଆ ଟିମ୍ ନିୟୋଜିତ

ସୁନ୍ଦରଗଡ଼: ଆତଙ୍କ ଖେଳାଇଥିବା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍ ଉଦ୍ୟମ।ସୁନ୍ଦରଗଡ଼ ଜିଲ୍ଲା ଜାମୁଡିହି ସେକ୍ସନ୍ ତୋଡ଼ା ଜଙ୍ଗଲରେ ଚାଲିଛି ଟ୍ରାଙ୍କୁଲାଇଜ୍। ୩ଜଣ ସାଇଣ୍ଟିଷ୍ଟ, କପିଳାସର ଗୋଟେ ଟିମ୍, ଭେଟେନାରୀର ଟିମ୍ , ରାଉରକେଲା ଆରସିସିଏଫ ଏବଂ ପାଖାପାଖି ୬୦ ଜଣ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ଆରସିସିଏଫ୍, ଡିଏଫଓଙ୍କ ଉପସ୍ଥିତିରେ ରେଡିଓ କୋଲାର ପରେ ଟ୍ରାଙ୍କୁଲାଇଜ୍ ଉଦ୍ୟମ ଚାଲିଛି। ସୂଚନା ଅନୁସାରେ କୋଇଡ଼ା ଓ ବରସୁଆଁ ଅଞ୍ଚଳରେ ୩ ବର୍ଷ ହେଲା ଆତଙ୍କ ଖେଳାଇଥିଲା ଦନ୍ତା ହାତୀ। ତେଣୁ ଉକ୍ତ ହାତୀକୁ କାବୁ କରିବାକୁ ଆରମ୍ଭ ହୋଇଛି ଟ୍ରାଙ୍କୁଲାଇଜ୍ ।

କିଛି ବର୍ଷ ହେଲା ଏହି ହାତି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ନକେଦମ ହୋଇଥିଲେ ଗ୍ରାମବାସୀ। ୧୫ରୁ ଅଧିକ ଲୋକଙ୍କ ଦନ୍ତା ହାତୀଟି ଦଳି ମାରିବା ସହିତ ଧନ ସମ୍ପତି ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ହାତୀଟିକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନ ବିଭାଗ ପାଖରେ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

Leave A Reply

Your email address will not be published.