Latest Odisha News

ବିଷ ବିକାଳୀ, ଘରେ ରଖିଛନ୍ତି ୮୦,୦୦୦ ସାପ, ବିଛା

କାଇରୋ:ବ୍ୟବସାୟ କରିବାରେ ଅନେକ ମାଧ୍ୟମ ରହିଛି । ମାତ୍ର ଇଜିପ୍ଟର ୨୫ ବର୍ଷୀୟ ମହମ୍ମଦ ହମିଦ ବିଷ ବିକାଳୀ ସାଜିଛନ୍ତି । ସେ ୮୦,୦୦୦ ସାପ, ବିଛା ପାଳିବା ସହ ନମ ନାମକ କମ୍ପାନୀ ଗଠନ କରିଛନ୍ତି । ଇଜିପ୍ଟର ମରୁଭୂମିରେ ବୁଲି ବୁଲି ସେ ବିଷାକ୍ତ ଜନ୍ତୁ ସଂଗ୍ରହ କରିଥାନ୍ତି । ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଏକ ଗ୍ରାମ ବିଛା ବିଷର ମୂଲ୍ୟ ୧୦ ହଜାର ଆମେରିକୀୟ ଡଲାର ମାନେ ୭ ଲକ୍ଷ ଟଙ୍କା ।

ମହମ୍ମଦ ଏହି ସବୁ ବିଷ ୟୁରୋପ ଓ ଆମେରିକାକୁ ପଠାଇଥାନ୍ତି । ଏହା ଆଂଟିଭେନନ ଡୋଜ ଓ ହାଇପରଟେନଶନ ପରି ରୋଗର ଔଷଧ ତିଆରିରେ ବ୍ୟବହାର ହୋଇଥାଏ । ସେ ବିଛାଙ୍କଠାରୁ ବିଷ କାଢ଼ିବା ପାଇଁ ଅଲଟ୍ରାଭାଓଲେଟ ଲାଇଟର ସହାୟତା ନେଇଥାନ୍ତି । ଏଥିରେ ହାଲକା ଶକ ଦେଲେ ବିଛାମାନେ ବିଷ ବାହାର କରିଥାନ୍ତି ।

Leave A Reply

Your email address will not be published.