ଭୋପାଳ: ପ୍ରୋଜେକ୍ଟ ଚିତା ଅଧୀନରେ ଆଉ ୮ଟି ଚିତା ଭାରତ ଆସିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୨୦୨୨ ମସିହାରେ ଚିତା ଅଣାଯାଇଥିଲା।
ବର୍ତ୍ତମାନ ଭାରତରେ ମୋଟ ଚିତା ସଂଖ୍ୟା ୨୭ ରହିଛି। ଯେଉଁଥିରୁ ୧୬ଟି ଭାରତୀରେ ଜନ୍ମ ହୋଇଥିଲେ। ଏଥିମଧ୍ୟରୁ ୨୪ଟି କୁନୋରେ ଏବଂ ତିନୋଟି ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାସ କରନ୍ତି। ଚିତା ପ୍ରକଳ୍ପ ସହିତ ଜଡିତ ଜଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି, “୨୦୨୨ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅଂଶ ଭାବରେ ଭାରତ ସ୍ଥାନାନ୍ତର ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୋତସୱାନାରେ ୮ଟି ଚିତା ଧରାଯାଇଥିଲା। ଦୁଇଟି ପୁରୁଷ ଚିତା ସମେତ ଏହି ଚିତାଗୁଡ଼ିକୁ ଏକ ମାସ ପାଇଁ କ୍ୱାରେଣ୍ଟାଇନ୍ କରାଯିବ। ଏବଂ ଭାଅଧିକାରୀରତ ପଠାଯିବା ପୂର୍ବରୁ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ।”
ଗୁରୁବାର ଦିନ କୁନୋ ଜାତୀୟ ଉଦ୍ୟାନର କ୍ଷେତ୍ର ପରିଦର୍ଶନ ପରେ ଦକ୍ଷିଣ ଆଫ୍ରିକୀୟ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ମଧ୍ୟପ୍ରଦେଶର ମନ୍ଦସୌର ଏବଂ ନୀମୁଚ ଜିଲ୍ଲାର ସୀମାରେ ଅବସ୍ଥିତ ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ପ୍ରତିନିଧି ଦଳରେ ଦକ୍ଷିଣ ଆଫ୍ରିକାର ଆନ୍ଥୋନି ମିଚେଲ, କାମ ଚେଟି, ସାମ୍ ଫେରେରା, ବ୍ରେଣ୍ଟ କଭରଡେଲ୍, ଏଜେମଭେଲୋ ଏବଂ ଜିନେଟା ସେଲିଅର ସାମିଲ ଥିଲେ। ପ୍ରୋଜେକ୍ଟ ଚିତାରେ ସାମିଲ ଥିବା କିଛି ଭାରତୀୟ ମଧ୍ୟ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।
Comments are closed.