Latest Odisha News

‘ଟାଟା ଷ୍ଟିଲ୍ ବିଏସଏଲ୍’ ଦ୍ୱାରା ଉତ୍ସର୍ଗ ହେଲା ୫.୫ କୋଟି ଟଙ୍କାର ରାସ୍ତା, ଉପକୃତ ହେବେ ୮ ଗ୍ରାମବାସୀ

ନରେନ୍ଦ୍ରପୁର/ଢେଙ୍କାନାଳ: ଏବେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁର ଅଞ୍ଚଳର ପ୍ରାୟ ୮ଟି ଗ୍ରାମର ୧୦,୦୦୦ ଗ୍ରାମବାସୀ ନୂଆ ରାସ୍ତା ନିର୍ମାଣ ଯୋଗୁଁ ଉପକୃତ ହୋଇପାରିବେ । କାରଣ, ଟାଟା ଷ୍ଟିଲ୍ ବିଏସଏଲ୍ (ପୂର୍ବରୁ ଭୁଷଣ ଷ୍ଟିଲ୍ ଲିଃ) ୫.୩ କିଲୋମିଟର ସିମେଣ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ କରୁଛି ଯାହାଦ୍ୱାରା ୫୫ ନଂ ଜାତୀୟ ରାଜପଥ ମଧ୍ୟ ଏହି ରାସ୍ତାକୁ ଯୋଗାଯୋଗ କରିପାରିବ ।

ଏହି ରାସ୍ତାଟିକୁ ଉଦଘାଟନ କରିଥିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଏହି ଉଦଘାଟନୀ ଉତ୍ସବରେ ଟାଟା ଷ୍ଟିଲ୍ ବିଏସଏଲର ମ୍ୟାନେଜିଂ ଡ଼ାଇରେକ୍ଟର ରାଜୀବ ସିଂଘଲ, ଚିଫ୍ ଅପରେଟିଂ ଅଫିସର ସୁବୋଧ ପାଣ୍ଡେ, କର୍ପୋରେଟ ସର୍ଭିସ ଚିଫ୍ ମଣିକାନ୍ତ ନାୟକ ଏବଂ କମ୍ପାନୀର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ ।

ଏହି ରାସ୍ତାଟି ୫୫ ନଂ ଜାତୀୟ ରାଜପଥ ନିକଟରେ ନିର୍ମିତ ହେବା ସହିତ ଏହା ବର୍ଷାଦିନେ ହଜାର ହଜାର ଗ୍ରାମବାସୀ ଏହି ରାସ୍ତା ଦ୍ୱାରା ଉପକୃତ ହୋଇପାରିବେ । ଏହି ରାସ୍ତାଟି ୫.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ରାସ୍ତାକୁ ସଂଲଗ୍ନ କରି ପ୍ରାୟ ୧ କିମି ପର୍ଯ୍ୟନ୍ତ ଡ୍ରେନ ବ୍ୟବସ୍ଥା ମଧ୍ୟ ହୋଇଛି ।

ପ୍ଲାଣ୍ଟଆଖପାଖରେ ରହିଥିବା କେତୋଟି ଗ୍ରାମର ବାସିନ୍ଦା ଉପକୃତ ହୋଇପାରିବେ । ପ୍ଲାଣ୍ଟ ନିକଟସ୍ଥ ସେହି ଗ୍ରାମ ଗୁଡ଼ିକ ହେଲା – ତଳବାହାଲ, ଗଣ୍ଠିଗଡ଼ିଆ, ସରପା, ରଘୁନାଥପୁର, ବଡ଼ିବାହାଲ, ଖଲିବେରଣା, କଙ୍କାଳୁ, ପାଇକପୁରୁଣାକୋଟ ପ୍ରଭୃତି ଗ୍ରାମ ।

Leave A Reply

Your email address will not be published.