Latest Odisha News

ପରିବାରର ୮ କରୋନା ପଜିଟିଭ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଏହି ଗାଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟନା ବ୍ଲକର ସ୍ବାମୀବିରଜ୍ୟଗୋବିନ୍ଦପୁର ଗାଁର ୱାର୍ଡ ନଂ-୬ରେ ଗୋଟିଏ ପରିବାରର ଆଠ ଜଣ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଗୁରୁବାର ସନ୍ଧ୍ୟା ୬ଟାରୁ ଏହି ନିର୍ଦ୍ଦେଶ ଲାଗୁ ହେବା ସହ ଏପ୍ରିଲ ୨୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ।

ଡାକ୍ତରୀ ସେବା, ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କିମ୍ବା ବାହାରେ ଲୋକମାନଙ୍କର ଯାତାୟାତ ହେବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଚିକିତ୍ସା ସେବା ପାଟନା ବିଡିଏ ମାଧ୍ୟମରେ କରାଯିବ।

Comments are closed.