Latest Odisha News

BREAKING NEWS

ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ

ଭୁବନେଶ୍ବର: ଏକାମ୍ର ୱାକ୍  ର ଓଡ଼ିଆ ଭାଷା ପଦଯାତ୍ରା,  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ( ବି.ଡି.ଏ) ର ଏକ ପଦକ୍ଷେପ । ଯାହାକି ପ୍ରତ୍ୟେକ ରବିବାର ଦିନ ୧୧:୩୦ ରୁ  ଆରମ୍ଭ କରି ୨:୩୦ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିବ । ଏହି ପଦଯାତ୍ରା ସାହିତ୍ୟ ପ୍ରେମୀ ଓ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ଭାଷାଭିତ୍ତିକ ଏଵଂ ସାଂସ୍କୃତିକୁ  ଗଭୀର ଭାବେ ଅନୁଭବ କରାଇବା ନିମନ୍ତେ ଏକ ପ୍ରୟାସ ।

ଏହି ସପ୍ତାହାନ୍ତର ମୁଖ୍ୟ ଆକର୍ଷଣ ରହିବ ପାରମ୍ପରିକ ‘ ଶବର ଶବରୁଣୀ ନାଟ ‘ ଯାହା ବୌଦ୍ଧର ଏକ ଲୋକଦଳ ଦ୍ଵାରା ପରିବେଷିତ ହେବ । ଦେଶର ଆଚାର – ବିଚାର ଏଵଂ ମୌଖିକ କଥାକାହାଣୀ ପରମ୍ପରା ରେ ନିହିତ ଏହି ଅଭିନୟ ଓଡ଼ିଶାର ଆଦିବାସୀ ସାଂସ୍କୃତିକ ସମୃଦ୍ଧିର ଏକ ଯଥାର୍ଥ ନିଦର୍ଶନ ଦେବ ବୋଲି ଆଶା କରାଯାଉଛି ।

ଉପରୋକ୍ତ ପ୍ରଦର୍ଶନ ସହ , ଏହି ପଦଯାତ୍ରା ରେ ପ୍ରଖ୍ୟାତ କାହାଣୀକାର ପଣ୍ଡିତ ଗୋଦାବରୀ ମହାପାତ୍ର ଏକ ଗଳ୍ପ ଅଭିନୟ ମଧ୍ୟ ଆୟୋଜନ କରିବ ।

ଏହି କାର୍ଯ୍ୟକ୍ରମରେ ଡ଼଼କ୍ଟର ଦେବାଶିଷ ମହାପାତ୍ରଙ୍କ ଦ୍ୱାରା “ଓଡିଆ ଲିପି ଓ ଭାଷାର କ୍ରମବିକାଶ” ବିଷୟରେ ଏକ ବିଶେଷ ବ୍ୟାଖ୍ୟାନ ମଧ୍ୟ ଅନୁଷ୍ଠିତ ହେବ।ତାଙ୍କର ଏହି ବ୍ୟାଖାନ ଓଡିଆ ଭାଷା ଏବଂ ତାହାର ଲିପିର ଐତିହାସିକ ବିକାଶକ୍ରମକୁ ଅଂଶଗ୍ରାହୀମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସହିତ, ଏହାର ସାଂସ୍କୃତିକ ଗଭୀରତା ଓ ଚିରନ୍ତନତା ଉଜାଗର କରିବ।

 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହ ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଦ୍ଵାରା, ସାର୍ବଜନୀନ ପରମ୍ପରା ପ୍ରବନ୍ଧନରେ ଅଞ୍ଚଳୀୟ ଓ ଆଦିବାସୀ କଳାରୂପକୁ ସମ୍ମିଳିତ କରିବା ଦ୍ୱାରା ଓଡିଶାର ପରମ୍ପରାର ସୁରକ୍ଷା ରହିବା ସହିତ ସାଂସ୍କୃତିକ ସଚେତନତାର ବିସ୍ତାରକୁ ଉଦ୍ଧୃତ କରାଯାଇପାରିବ।

ପର୍ଯ୍ୟଟନ ସମୟରେ, ଅଂଶଗ୍ରାହୀମାନେ ଓଡ଼ିଆ ଭାଷାର ପରିଚିତ, ପ୍ରମୁଖ ସାହିତ୍ୟିକ ଉପଲବ୍ଧି ଏବଂ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକଙ୍କର ସୃଷ୍ଟିକଳାର ଗଭୀର ଅନୁସନ୍ଧାନ କରିବେ । ଏହାସହ ଜୀବନ୍ତ ସାଂସ୍କୃତିକ ଅନୁଭବ ସେମାନଙ୍କ ରାଜ୍ୟ ପ୍ରତି ଜ୍ଞାନକୁ ଗଭୀର କରିବ ।

ଇଛୁକ ବ୍ୟକ୍ତି ଏହାର ୱେବସାଇଟ www. ekamra-walks.com (ଫୋ:-୭୦୦୫୨୦୫୪୦୦) ମାଧ୍ୟ୍ୟମରେ ପଞ୍ଜିକରଣ କରିପାରିବେ ।

ଏକାମ୍ର ୱାକ୍ର ଓଡ଼ିଶାର ଐତିହ୍ୟ ସହିତ ସାର୍ବଜନୀନ ସଂପର୍କକୁ ଅବିରତ ଶକ୍ତିଶାଳୀ କରୁଅଛି, ଯାହା ରାଜ୍ୟର ସାହିତ୍ୟ, ଭାଷା ଓ ସାଂସ୍କୃତିକୁ ପ୍ରକାଶମାନକୁ ଗଭୀର ଭାବେ ଅନୁଭବ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରେ ।

Comments are closed.