ଯାଜପୁର: ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡାଇ ଗ୍ରାମ ପଞ୍ଚାୟତର ବୈତରଣୀ ବଜାର ଲକ୍ଷ୍ମୀ ପୂଜା କମିଟିର ମୁଖିଆ ତଥା ପୂର୍ବତନ ରେଲୱେ କର୍ମଚାରୀ ନାରାଣସିଂହଙ୍କ ହୃଦଘାତରେ ନିଜ ବାସଭବନରେ ପରଲୋକ ହୋଇଛି ।
ମୃତ୍ୟୁ ବେଳକୁ ତାଙ୍କର ୮୦ ବଷ ବୟସ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ ।
ସୂଚନାନୁଯାୟୀ ଶ୍ରୀସିଂହ ଉକ୍ତ ଅଞ୍ଚଳରେ ଜଣେ ଅନୁଷ୍ଠାନ ପ୍ରେମୀ ଓ ପରୋପକାରୀ ବ୍ୟକ୍ତିି ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ ।
ଆଜି ତାଙ୍କର ଅକାଳ ବିୟୋଗ ପରେ ତାଙ୍କ ବୈତରଣୀ ବଜାର ବାସଭବନରେ ଶେଷ ଦର୍ଶନାର୍ଥେ ଲୋକମାନଙ୍କ ଗହଳିରେ ହୋଇଥିବା ଦେଖିବାକୁ ମିଳିଛି ।
ଶ୍ରୀସିଂହ ମୃତ୍ୟୁରେ ଆଜି ବୈତରଣୀ ରୋଡ ବଜାର ଉଭୟ କାଳୀ ଓ ଲକ୍ଷ୍ମୀ କମିଟିର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ସୂତ୍ରରୁ ପ୍ରକାଶ ।
Comments are closed.