Latest Odisha News

BREAKING NEWS

ବଲାଙ୍ଗିରରେ ଯୁବକଙ୍କୁ ଦଳିଦେଲା ହାତୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ନିକଟରେ ଶୁକ୍ରବାର ରାତିରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତକ ଜଣକ ଶ୍ରୀରାମ ବିଶ୍ୱାଳ ଏବଂ ତାଙ୍କ ଘର ଧଉଁରାଦାଦର ଗ୍ରାମରେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି ରାତିରେ ଫସଲ ଜଗିବାକୁ ବିଲକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେ ଅଚାନକ ହାତୀ ଆକ୍ରମଣର ଶିକାର ହୋଇଥିଲେ । ପରେ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଅପରପକ୍ଷରେ ସମ୍ପୃକ୍ତ ଚାଷୀଙ୍କ ମୃତ୍ୟୁରେ ଉତ୍ତେଜିତ ସ୍ଥାନୀୟ ଗ୍ରାମବାସୀମାନେ କ୍ଷତିପୂରଣ ଦାବି କରିଛନ୍ତି ।

ତେବେ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.