Latest Odisha News

BREAKING NEWS

Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ

କଟକ: କଟକର ଏସସିବି ମେଡିକାଲର ପୁରୁଣା ମେଡିସିନ ୱାର୍ଡର ପ୍ରଥମ ମହଲାରେ ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଫଲ୍ସ ସିଲିଂର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା।

ଯାହାଫଳରେ ସିଲିଂ ପ୍ଲାଷ୍ଟରର ଏକ ଖଣ୍ଡ ଜଣେ ବୃଦ୍ଧ ରୋଗୀଙ୍କ ମୁଣ୍ଡ ଉପରେ ପଡିଯିବାରୁ ସେ ଆହତ ହୋଇଯାଇଥିଲେ।ଘଟଣା ପରେ ତୁରନ୍ତ ଡାକ୍ତରୀ କର୍ମଚାରୀମାନେ ପୀଡିତଙ୍କୁ ଚିକିତ୍ସା କରିଥିଲେ ଓ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତର ମାନେ ସୂଚନା ଦେଇଛନ୍ତି। ରୋଗୀଙ୍କ ନାମ ନାରାୟଣ ପ୍ରସାଦ ଦାସ ବୋଲି ଜଣାପଡ଼ିଛି। ସେ ଖୋର୍ଦ୍ଧା ଜିଲ୍ଲାର ବାଘମାରିର ବାସିନ୍ଦା। ତାଙ୍କ ରକ୍ତରେ ଶର୍କରା ହ୍ରାସ ପାଇବା ପରେ ସେ ଚିକିତ୍ସାଧୀନ ଥିଲେ।

ତେବେ ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ କର୍ତ୍ତୃପକ୍ଷ ଚିକିତ୍ସା ରେ ଅବହେଳା କରିବା ସହ ତାଙ୍କ କ୍ଷତ ସ୍ଥାନକୁ ସିଲେଇ କରିନଥିବା ନେଇ ପୀଡିତଙ୍କ ପୁଅ ପ୍ରମୋଦ କୁମାର ଦାସ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏସସିବି କର୍ତ୍ତୃପକ୍ଷ ଏହି ଘଟଣା ଉପରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।

 

Comments are closed.