Latest Odisha News

ଭୁବନେଶ୍ୱରରେ ବୃଦ୍ଧାଙ୍କ ଠାରୁ ଲୁଟ୍ କଲେ ଦୁବୃର୍ତ୍ତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଶୈଳଶ୍ରୀ ବିହାର ନିକଟ ଅଞ୍ଚଳରୁ ମଙ୍ଗଳବାର ଦିନ କେହି ଦୁବୃର୍ତ୍ତ ଜଣେ ବୟସ୍କା ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ସମ୍ପୃକ୍ତ ମହିଳାଙ୍କ ନାମ ଶାନ୍ତିଲତା ବେହେରା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ସକାଳେ ଫୁଲ ତୋଳିବାକୁ ଯାଇଥିବା ବେଳେ ଦୁଇ ଜଣ ବ୍ୟକ୍ତି ଅଚାନକ ଏକ ଗାଡିରେ ଆସି ତାଙ୍କ ଠାରୁ କାନ ଫୁଲ୍ ଛିନତାଇ କରିବାକୁ ପ୍ରୟାସ କରିଥିଲେ।

ଏପରିକି ଧସ୍ତାଧସ୍ତି ସମୟରେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ତେବେ ଚନ୍ଦ୍ରଶେଖରପୁର ପୋଲିସ ଘଟଣା ସମ୍ପର୍କରେ ଖୋଳତାଡ ଜାରି ରଖିଥିବା ସୂଚନା ମିଳିଛି ।

Comments are closed.