Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କାହାର ପଲ୍ଲା ଭାରି? ବିଜେପି ପ୍ରଭାରୀ ଦେଖାଇଲେ ବଡ଼ ଦମ୍ବୋକ୍ତି

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କିଏ କେତୋଟି ଆସନ ହାତେଇବ ସେନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି ଯେ ମେ’ ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନରେ ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନରୁ ୧୮ଟି ଆସନରେ ବିଜେଡି ବିଜୟୀ ହେବ।

ଓଡ଼ିଶାରେ ବିଜେପି ସରକାର ଗଠନ କରିବ ଏବଂ ରାଜ୍ୟର ୨୧ଟି ଲୋକସଭା ଆସନମଧ୍ୟରୁ ଅତି କମରେ ୧୬ଟିରେ ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ଗତକାଲି ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ, ପ୍ରଥମ ପର୍ଯ୍ୟାୟରେ ବିଜେଡି 2019 ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବ। 90 ପ୍ରତିଶତ ଆସନରେ ବିଜେଡି ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଥିଲେ। ଜବାବରେ ବିଜେପି ପ୍ରଭାରୀ ଆଜି ଏହା କହିଛନ୍ତି।

ପୂର୍ବରୁ ବିଜେଡି ନେତା ଭି.କେ ପାଣ୍ଡିଆନ କହିଥିଲେ, ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନରୁ ୨୪ଟିରେ ବିଜୟୀ ହେବ ବିଜେଡି। ଗତଥର ଆମକୁ ୨୦ଟି ଆସନ ମିଳିଥିଲା। ଏଥର ନବୀନ ପଟ୍ଟନାୟକଙ୍କ ଲହର ଥିବାରୁ ୨୮ଟି ଆସନରୁ ୨୪ରୁ ଅଧିକ ଆସନ ଜିତିବ ବୋଲି ସେ ଦାବି କରିଛନ୍ତି। ୨ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେପି ସହ ପ୍ରତିଦ୍ୱନ୍ଦ୍ୱିତା ରହିଛି ବୋଲି ସେ କହିଥିଲେ। ଗତଥର ତୁଳନାରେ ଲୋକସଭାରେ ଶାସକ ଦଳର ପ୍ରଦର୍ଶନ ବହୁତ ଭଲ ରହିବ ବୋଲି ସେ କହିଛନ୍ତି।

Comments are closed.