Latest Odisha News

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ? ସିଏମ ଚେହେରାକୁ ନେଇ କ’ଣ କହିଲେ ଅମିତ ଶାହ

ମୁମ୍ବାଇ: ନିର୍ବାଚନୀ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମହାରାଷ୍ଟ୍ର ପାଇଁ ବିଜେପି ସଂକଳ୍ପ ପତ୍ର ଜାରି କରିଛନ୍ତି। ଏହାପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅଛନ୍ତି, ନିର୍ବାଚନ ପରେ ଏହା ଉପରେ ବିଚାର ବିମର୍ଶ ହେବ। ଏହି ଅବସରରେ ସେ ଶରଦ ପାୱାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

ସେ କହିଥିଲେ, ଏଥର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଶରଦ ପାୱାରଙ୍କୁ ସୁଯୋଗ ଦିଆଯିବ ନାହିଁ। ଶରଦ ପୱାର ମିଛ କାହାଣୀ ତିଆରିରେ ମାହିର। ଏଥର ଏପରି କିଛି କରିବାକୁ ଦିଆଯିବନି ବୋଲି ଶ୍ରୀ ଶାହ କହିଥିଲେ।

ଉଲ୍ଲେଖଯୋଗ୍ୟ, ବିଜେପି ମହାରାଷ୍ଟ୍ର ପାଇଁ ଆଜି ସଂକଳ୍ପ ପତ୍ର ଜାରି କରିଛି। ଏଥିରେ କୃଷି ଋଣ ଛାଡ, କୃଷକଙ୍କ ପାଇଁ ଭାବାନ୍ତର ଯୋଜନା ଲାଗୁ କରିବାର ଘୋଷଣା କରାଯାଇଛି। ସେହିପରି ୨୫ ଲକ୍ଷ ନୂଆ ନିଯୁକ୍ତି, ନୂତନ ସ୍କିଲ ସେଣ୍ଟର ନିର୍ମାଣ ଓ ପ୍ରତି ମାସରେ ବାର୍ଦ୍ଧକ୍ୟ ଭତ୍ତା ୨୧୦୦ ଟଙ୍କା କରିବାକୁ ପ୍ରତଶ୍ରୁତି ଦିଆଯାଇଛି।

ମୋଟ ୨୮୮ ସିଟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୨୦ ନଭେମ୍ବରରେ ମତଦାନ ହେବ ଏବଂ ୨୩ ନଭେମ୍ବରରେ ଫଳ ଘୋଷଣା କରାଯିବ।

Comments are closed.