ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଚଳିତ ବର୍ଷ ୪୦ଟି ମଣ୍ଡପରେ ଦୁର୍ଗା ପୂଜା ଆୟୋଜନ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ଭି.କିର୍ତ୍ତି ଭାସନ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୧୧ଟି ବିଷୟ ଯଥା ଆଇନ୍ ଶୃଙ୍ଖଳା, ପୂଜା ମଣ୍ଡପ ଏବଂ ମୂର୍ତ୍ତିର ଉଚ୍ଚତା, ରାସ୍ତା ଖୋଳା, ଅବକାରୀ ପ୍ରସଙ୍ଗ, ପରିମଳ, ଅଗ୍ନି ନିରାପତ୍ତା, ଟ୍ରାଫିକ ସମସ୍ୟା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ଏବଂ ଲାଉଡ୍ ସ୍ପିକର୍ ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା । ଏବର୍ଷ ସମସ୍ତ ପୂଜା ମଣ୍ଡପରେ ବିଜୁଳି ମିଟର ଲଗାଯିବ ବୋଲି ଟାଟା ପାୱାର ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍(ଟିପିଏସ୍ଓଡିଏଲ୍)ର ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର କର ପ୍ରକାଶ କରିଥିଲେ । ବ୍ୟବସାୟିକ ଦରରେ ୟୁନିଟ୍ ପିଚ୍ଛା ଟଙ୍କା ଆଦାୟ କରାଯିବ। ବିଦ୍ୟୁତ୍ ସଂଯୋଗ ପାଇଁ ବିଧିବଦ୍ଧ ଭାବେ ଆବେଦନ କରିବାକୁ ସେ ପରାମର୍ଶ ଦେଇଥିଲେ । ହୁକିଂ ପକାଇବା ଫଳରେ ଅନେକ ସମୟରେ ବିଦ୍ୟୁତ୍ ଦୁର୍ଘଟଣା ଘଟୁଛି । ଏହାକୁ ରୋକିବା ପାଇଁ ବ୍ୟବସ୍ଥିତ ଢ଼ଙ୍ଗରେ ବିଦ୍ୟୁତ୍ ଯୋଗାଣ କରାଯିବ ବୋଲି ସେ କହିଥିଲେ । ସମସ୍ତ ପ୍ରକାର ଅନୁମତି ଗୋଟିଏ ସ୍ଥାନରୁ ଦେବା ପାଇଁ ଉପଜିଲାପାଳ କାର୍ଯ୍ୟାଳୟରେ ସିଙ୍ଗଲ୍ ୱିଣ୍ଡୋ କାଉଣ୍ଟର ଖୋଲାଯିବ ବୋଲି ଉପଜିଲାପାଳ ଭାସନ ପ୍ରକାଶ କରିଥିଲେ । ଲାଉଡସ୍ପିକର୍, ବିଦ୍ୟୁତ୍ ସହ ଅନ୍ୟାନ୍ୟ ଅନୁମତି ନିର୍ଦ୍ଧିଷ୍ଟ ଫି’ ଦାଖଲ ପରେ ଅନୁମତି ପ୍ରଦାନ କରାଯିବ ବୋଲି ସେ କହିଥିଲେ । ମଣ୍ଡପ ସ୍ଥଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମସ୍ତ ପୂଜା କମିଟି ସିସିଡିଭି କ୍ୟାମେରା ଲଗାଇବାକୁ ସେ ପରାମର୍ଶ ଦେଇଥିଲେ । ବିଦ୍ୟୁତ୍ ତାର ଠାରୁ ୫ ଫୁଟ ଦୂରରେ ମଣ୍ଡପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା ପୂଜା କମିଟିଗୁଡ଼ିକ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରିବା, ଶାନ୍ତି କମିଟି ଗଠନ କରିବା, ବଳ ପୂର୍ବକ ଚାନ୍ଦା ଆଦାୟ ନ କରିବା, ଲାଉଡ୍ ସ୍ପିକର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ନେବା ସହ ସମସ୍ତ ବିଷୟ ସଂପର୍କରେ ସ୍ଥାନୀୟ ଥାନାକୁ ଆଗୁଆ ସୂଚନା ଦେବାକୁ ପରାମର୍ଶ ଦେଇଥିଲେ । ତେବେ ଗତ କିଛି ବର୍ଷ ହେଲା ସହରରେ ମେଳଣ ବନ୍ଦ ଥିବା ଯୋଗୁ ଏହାକୁ ପୁନଃ ଆରମ୍ଭ କରିବାକୁ କେତେକ ପୂଜା କମିଟି ନିବେଦନ କରିଥିଲେ। ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏସ୍ପିଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲାପାଳ ଭାସନ କହିଥିଲେ । ଅକ୍ଟୋବର ୭ ତାରିଖରେ ଭସାଣୀ ପାଇଁ ଆଲୋଚନା ହୋଇଥିଲା । ବ୍ରହ୍ମପୁର ମହାନଗର ନିଗମ ତରଫରୁ ୫ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ। କରୋନା କଟକଣା ହଟିବା ପରେ ଦୁଇ ବର୍ଷର ବ୍ୟବଧାନରେ ଶ୍ରଦ୍ଧାଳୁଙ୍କୁ ମଣ୍ଡପ ସ୍ଥଳରେ ଉପସ୍ଥିତି ପାଇଁ ଅନୁମତି ଥିବା ଯୋଗୁ ଶାନ୍ତି ଶୃଙ୍ଖଳାରେ କିଭଳି ପୂଜା ଆୟୋଜନ ହେବ, ତାହାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ ସଂଯୋଜନା କରିଥିବା ବେଳେ ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର, ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର କରଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.