Latest Odisha News

BREAKING NEWS

ରାଜ୍ୟସ୍ତରୀୟ ଜୁନିୟର ହକି ଚାମ୍ପିୟନଶିପ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ ଭୁବନେଶ୍ୱରର କିଟ ୟୁନିଭରସିଟି ଓ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି । ଏହା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି । ନକଆଉଟ ଫର୍ମାଟରେ ମ୍ୟାଚଗୁଡିକ ଆୟୋଜନ କରାଯାଉଛି । ୨୮ ଜିଲ୍ଲା ଟିମ, ୨ ଏକାଡେମୀ ଓ ଇନଷ୍ଟିଚ୍ୟୁଶନ ଟିମ ଏଥିରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ୩ ଦିନରେ ଅନେକଗୁଡିଏ ମ୍ୟାଚ ଖେଳାଯାଇଛି । ଏଥିରେ ଶହୀଦ ମାଧୋ ସିଂ ହକି ଏକାଡେମୀ ୬-୦ରେ ଗଜପତିକୁ, ଗଞ୍ଜାବ ୫-୦ରେ ମାଲକାନାଗିରିକୁ, ଦେଓଗଡ ୬-୦ରେ କେନ୍ଦ୍ରାପଡାକୁ, ସୁବର୍ଣ୍ଣପୁର ୫-୦ରେ ବାଲେଶ୍ୱରକୁ, ଯାଜପୁର ୨-୧ରେ ରାୟଗଡକୁ, ଖୋର୍ଦ୍ଧା ୨-୦ରେ ମୟୂରଭଞ୍ଜକୁ, ଢେଙ୍କାନାଳ ୫-୦ରେ କୋରାପୁଟକୁ, ସମ୍ବଲପୁର ୪-୦ରେ ପୁରୀକୁ, ନବରଙ୍ଗପୁର ୭-୧ରେ କଟକକୁ, ବଲାଙ୍ଗୀର ୨-୧ରେ ବରଗଡକୁ, ଝାରସୁଗୁଡା ୫-୦ରେ ଭଦ୍ରକକୁ ଅନୁଗୁଳ ୬-୦ରେ ନୂଆପଡାକୁ, ନୟାଗଡ ୫-୧ରେ କେନ୍ଦୁଝରକୁ, ଜଗତସିଂହପୁର ୧-୦ରେ କଳାହାଣ୍ଡିକୁ, ଶହୀଦ ମାଧୋ ସିଂ ଏକାଡେମୀ ୭-୦ରେ ସମ୍ବଲପୁରକୁ, ଅନୁଗୁଳ ୨-୧ରେ ବଲାଙ୍ଗୀରକୁ, ସୁନ୍ଦରଗଡ ୧୦-୦ରେ ଯାଜପୁରକୁ, ସମ୍ବଲପୁର ୭-୦ରେ ନବରଙ୍ଗପୁରକୁ, ଢ଼େଙ୍କାନାଳ ୭-୦ରେ ସୁବର୍ଣ୍ଣପୁରକୁ, ଝାରସୁଗୁଡା ୮-୦ରେ ନୟାଗଡକୁ, କିଟ/କିସ ୮-୦ରେ ଜଗତସିଂହପୁରକୁ ପରାସ୍ତ କରିଛନ୍ତି ।

BjdElectrycity

ସମସ୍ତ ଜିଲ୍ଲା ଏବଂ ଏକାଡେମୀର ହକି ପ୍ରତି ଆଗ୍ରହ ଦେଖି ମୁଁ ବ୍ୟକ୍ତିଗତ ଭାବେ ଖୁସି ବୋଲି ହକି ଆସୋସିଏଶନ ଅଫ ଓଡିଶାର ସଭାପତି, ହକି ପ୍ରମୋଶନାଲ କାଉନ୍ସିଲର ଚେୟାରମ୍ୟାନ ଦିଲୀପ ତିର୍କିୀ କହିଛନ୍ତି ।

Leave A Reply

Your email address will not be published.