Latest Odisha News

BREAKING NEWS

ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର, ଅଟକି ରହିଛି ଟ୍ରେନ

କୋରାପୁଟ: ରେଲୱେ ଲାଇନରେ ଛିଡ଼ି ପଡ଼ିଲା ବିଦ୍ୟୁତ୍‌ ତାର । ବାଇଗୁଡ଼ା-କାକେରିଗୁମ୍ମା ଟ୍ରାକରେ ଛିଡ଼ିଲା ଓଭର ହେଡ୍‌ ଇଲେକ୍ଟ୍ରିକ ତାର । ଇଲେକ୍ଟ୍ରିକ ତାର ଛିଡ଼ି ପଡ଼ିବାରୁ ବିଭିନ୍ନ ସ୍ଥାନରେ ଅଟକି ରହିଲା ଟ୍ରେନ୍‌ ।

ସୂଚନା ଅନୁସାରେ, କୋରାପୁଟ ବାଇଗୁଡ଼ା-କାକେରିଗୁମ୍ମା ରେଲୱେ ଲାଇନରେ ଏକ ଓଭର ହେଡ୍‌ ଇଲେକ୍ଟ୍ରିକ ତାର ଛିଡିପଡିଥିବା ନେଇ ସୂଚନା ମିଳିଛି । ଫଳରେ ଲକ୍ଷ୍ମୀପୁରରେ କିଛି ଟ୍ରେନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ସପଟେ ରାଉରକେଲା ଇଣ୍ଟରସିଟି -ସିଙ୍ଗାରାମରେ ହୀରାଖଣ୍ଡ ଓ କୋରାପୁଟରେ ସମଲେଶ୍ବରୀ ଏକ୍ସପ୍ରେସ ଅଟକି ରହିଛି । ଖବର ପାଇ ବିଦ୍ୟୁତ କର୍ମଚାରୀ ଏବଂ ରେଲୱେ କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.