Latest Odisha News

୩ ବର୍ଷ ଯାଏ ବଢ଼ିବ ନାହିଁ ରାଜ୍ୟରେ ବିଦ୍ୟୁତ ଦର: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୩ ବର୍ଷ ଯାଏ ରାଜ୍ୟରେ ବଢ଼ିବ ନାହିଁ ବିଦ୍ୟୁତ ଦର। ବିଭିନ୍ନ ଗଣମାଧ୍ୟମରେ ଦର ବୃଦ୍ଧି ନେଇ ଯେଉଁ ଖବର ପ୍ରସାରଣ ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଏମିତିକି ରାଜ୍ୟ ସରକାର ମଧ୍ୟ ବିଦ୍ୟୁତ ଦର ବୃଦ୍ଧି କରିବାକୁ ଚାହୁଁ ନାହାନ୍ତି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ନୂଆବର୍ଷଠାରୁ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ହେବ ବୋଲି ଚର୍ଚ୍ଚା ହେଉଥିଲା। ଏବେ ନୂଆ ବର୍ଷ ଆରମ୍ଭ ହୋଇଯାଇଛି ତେଣୁ କେବେ ଦର ବଢ଼ିବ ସେ ନେଇ ସାଧାରଣରେ ଉତ୍ସୁକତା ଥିଲା। ହେଲେ ଏପରି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଶକ୍ତିମନ୍ତ୍ରୀ।

ଉଲ୍ଲେଖଯୋଗ୍ଯ, ଦେଶରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ଦର ଅଧିକ ରହିଛି। ସାଧାରଣ ଉପଭୋକ୍ତାଟିଏ ବିନା ବିଦ୍ୟୁତରେ ଚଳିବା କଷ୍ଟକର ହୋଇପଡ଼ିଲାଣି । ସେହିପରି ଚଳିତବର୍ଷ ପ୍ରବଳ ଗରମ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ବିଦ୍ୟୁତ ଦରକୁ ନେଇ ଅନେକ ଉପଭୋକ୍ତା ଚିନ୍ତାରେ ପଡ଼ି ଯାଇଥିଲେ । ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଉପଭୋକ୍ତାଙ୍କୁ ଆଶ୍ବସ୍ତି ମିଳିଛି ।

ମନ୍ତ୍ରୀଙ୍କ କହିବା ମୁତାବକ ରାଜ୍ୟରେ ୨୫ ବର୍ଷ ଯାଏ ଟାଟା ପାୱାର ବିଦ୍ୟୁତ ସେବା ଦେବା ପାଇଁ ଚୁକ୍ତି ହୋଇଛି। ସମସ୍ତ ଉପଭୋକ୍ତାଙ୍କୁ ଯେପରି ସମସ୍ତ ସେବା ପ୍ରଦାନ କରାଯିବ ତାହା ସେମାନଙ୍କର ଦାୟିତ୍ବ । ନିରବିଛନ୍ନ ବିଦ୍ୟୁତ ସେବା ପାଇଁ ଟାଟା ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

 

Comments are closed.