Latest Odisha News

BREAKING NEWS

ବଢିଲା ବିଦ୍ୟୁତ ଦର, ଏପ୍ରିଲ ୪ରୁ ଲାଗୁ

ଭୁବନେଶ୍ୱର: ୨୦୨୧-୨୨ ପାଇଁ ବିଦ୍ୟୁତ ବୃୃଦ୍ଧିକୁ ଓଇଆରସିଙ୍କ ମଂଜୁରୀ ମିଳିଛି । ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ବଢିଛି । ଆସନ୍ତା ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଥିଲା ୨ଟଙ୍କା ୭୦ ପଇସା ଥିବା ବେଳେ ଏବେ ଏହା ୩ଟଙ୍କା ହିସାବରେ ଆଦାୟ କରାଯିବ । ୫୧-୨୦୦ ୟୁନିଟ ପର୍ଯ୍ୟନ୍ତ ୪ଟଙ୍କା ୫୦ ପଇସା ଥିଲା ବେଳେ ଏବେ ହେଲା ୪ ଟଙ୍କା ୮୦ ପଇସା । ୨୦୧-୪୦୦ ୟୁନିଟ ପିଛା ୫ ଟଙ୍କା ୫୦ ପଇସା ଥିବା ବେଳେ ଏବେ ହେଲା ୫ଟଙ୍କା ୮୦ପଇସା । ୪୦୦ ୟୁନିଟରୁ ଅଧିକ ପାଇଁ ୫ ଟଙ୍କା ୯୦ପଇସା ଥିବା ବେଳେ ଏବେ ହୋଇଛି ୬ଟଙ୍କା ୨୦ ପଇସା ।

କୃଷି ସମ୍ବନ୍ଧିତ ଉପଭୋକ୍ତା ଏବଂ ବିପିଏଲ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁହେବନି । ପ୍ରିପେଡ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ମିଳିବ ।

Leave A Reply

Your email address will not be published.