ଯାଜପୁର: ଯାଜପୁର ଜିଲ୍ଲାରେ ଉପଦ୍ରବ ଦନ୍ତା ହାତୀ ଯୋଗୁଁ ଆତଙ୍କ ଖେଳି ଯାଇଛି । ବଣୁଆ ହାତୀ ଆକ୍ରମଣରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୩ ଜଣଙ୍କର ପ୍ରାଣ ହାନି ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ଯାଜପୁର ଜିଲ୍ଲା ଦାନଗଦି କୋରାଇ ଓ ରସୁଲପୁର ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ। ଏକ ବଣୁଆ ହାତୀ ଏହି ୩ ଟି ବ୍ଲକର ବିଭିନ୍ନ ଅଞ୍ଚଳରେ ପଶି ଅନେକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି।
ମୃତ ବ୍ୟକ୍ତି ସ୍ଥାନୀୟ ଗୋଡିପାଟଣା ଗ୍ରାମର ହୋଇଥିବା ବେଳେ ସେମାଙ୍କ ନାମ ଚିନ୍ତାମଣି ରାମ କିଶୋର ଦାସ ବୋଲି ଜଣାପଡ଼ିଛି ।
ବର୍ତ୍ତମାନ ସୁଦ୍ଧା ହାତୀ ର ଉତ୍ପାତ ଜାରି ରହିଛି। ଫଳରେ ସ୍ଥାନୀୟ ଲୋକେ ଭୟଭିତ ହୋଇ ପଡିଛନ୍ତି। ଖବର ପାଇ ଯାଜପୁର ରୋଡ଼ ବନାଞ୍ଚଳ ଅଧିକାରୀମାନେ ପହଞ୍ଚି ହାତୀ ଟିକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ସୂଚନା ମୁତାବକ ଗତ ଦୁଇଦିନ ତଳେ ନିକଟ ଦାନଗଦୀ ବ୍ଲକର ଶାଳିଜଙ୍ଗା ଅଞ୍ଚଳରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ତେବେ ଖାଦ୍ୟ ଅନ୍ବେଷଣରେ ହାତୀ ନିକଟସ୍ଥ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଜଙ୍ଗଲରୁ ଆସିଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଉଛି।
ତେବେ ହାତୀ ବେଳକୁ ବେଳ ହିଂସ୍ର ହେଉଥିବା ବେଳେ ସହରବାସୀ ଘରୁ ବାହାରକୁ ନବହାରିବାକୁ ବନବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।
Comments are closed.