ଭୁବନେଶ୍ଵର: ଅଣ ଗ୍ୟାଜେଟେଡ ବନ ସେବା ସଂଘର ପାଟ୍ରୋଲିଂ ବନ୍ଦର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେବାକୁ ଲାଗିଲାଣି। ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଏହି ବନ୍ଦର ଖରାପ ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ରାତିରେ ଭରତପୁର ଜଙ୍ଗଲ ଭିତରୁ ୩ଟି ହାତୀ ଆସି ଶିଖରଚଣ୍ଡୀ ପାହାଡ ପାଦ ଦେଶରେ ଥିବା ଗଣେଶ ବିହାର ଅଞ୍ଚଳରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
କିନ୍ତୁ ସ୍ଥାନୀୟ ଅଧିବାସୀ ମାନେ ଯେତେ ଅନୁରୋଧ କରି ଫୋନ୍ କରିଥିଲେ ମଧ୍ୟ ଚନ୍ଦକା ବନ ଖଣ୍ଡ କର୍ମଚାରୀମାନେ କେହି ବି ପାଟ୍ରୋଲିଂ ପାଇଁ ଯାଇନଥିଲେ କିମ୍ବା ହାତୀ ଘଉଡାଇବା ପାଇଁ ବ୍ୟବସ୍ଥା କରିନଥିଲେ। ହାତୀମାନେ ବିନା ବାଧାରେ ପାଚେରୀ ଭାଙ୍ଗିବା ସହ ବ୍ୟାପକ ଭାବରେ ଗଛ ପତ୍ର ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଗଣେଶ ବିହାର ଅଧିବାସୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।
Comments are closed.