Latest Odisha News

କାଜୁ ଜଙ୍ଗଲରୁ ଦନ୍ତା ହାତୀର ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ : ଥମୁନି ହାତୀ ମୃତ୍ୟୁ  । ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଚାଲିଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି । ଏହାରି ମଧ୍ୟରେ ଆଠଗଡ ବନଖଣ୍ଡରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜେନାପଦା ବିଟ୍ ଅଂଶୁପା  ରାସ୍ତା ପେଟ୍ରୋଲ୍ ଟାଙ୍କି ନିକଟ କାଜୁ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଦୁଇ ତିନି ତଳୁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଆଠଗଡ଼ ବନଖଣ୍ଡରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ଆଠଗଡ଼ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେପଟେ ଘଟଣାସ୍ଥଳରେ ଆଠଗଡ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.