Latest Odisha News

ସାହାରାପଡ଼ା ସେକ୍ସନ ଅଞ୍ଚଳରେ ହାତୀପଲ ପଶି ନଷ୍ଟ କଲେ ପନିପରିବା

କେନ୍ଦୁଝର: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସାହାରାପଡ଼ା ସେକ୍ସନ ଅଞ୍ଚଳରେ ୭ଟିକିଆ ହାତୀପଲ ପଶିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡ଼ା ସେକ୍ସନର ହିଞ୍ଜିଲିଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣିଗାଁରେ ବ୍ୟାପକ ପନିପରିବା ଚାଷ୍ଟ ନଷ୍ଟ କରିଛନ୍ତି । ଏହାସହ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି ।

ହାତୀପଲ ଏବେ ଟିକାସିଲ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛି । ହାତୀପଲ ଗାଁ ନିକଟ ଜଙ୍ଗଲରେ ଥିବାରୁ ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡ଼ାଇବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି । ଖୁବ୍ ଶୀଘ୍ର ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

Comments are closed.