Latest Odisha News

BREAKING NEWS

୩ ଘର ଭାଙ୍ଗିଲେ ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ

କେନ୍ଦୁଝର: ପୁଣି ଚିନ୍ତା ବଢାଇଲା ହାତୀପଲ। କେନ୍ଦୁଝର ପାଟଣା ବନାଞ୍ଚଳରେ ଝାଡ଼ଖଣ୍ଡି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ୨୭ ଟିକିଆ ଝାଡ଼ଖଣ୍ଡି ହାତୀପଲ ପାଟଣା ବନାଞ୍ଚଳ ଛାଡିବା ନାଁ ଧରୁ ନାହାନ୍ତି। ଗତରାତିରେ ଏହି ହାତୀପଲ ଅଞ୍ଚଳରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିବା ସହ ୩ଟି ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି। ଯାହାକୁ ନେଇ ସ୍ଥାନୀୟରେ ଆତଙ୍କ ସୃଷ୍ଟି ହୋଇଛି।

ପାଟଣା ବନାଞ୍ଚଳ ଅଞ୍ଚଳ ସାହାରପଡା ବ୍ଲକ ଜାରକାଣି ବେଡ଼ାରେ ହାତୀପଲ ପ୍ରବେଶ କରି ୩ ଜଣଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି। ରାଇଡିହା ପଞ୍ଚାୟତ ଇଲାକାରୁ ଏହି ହାତୀପଲ ଆସି କପୁଣ୍ଡି ପଞ୍ଚାୟତର ରେଙ୍ଗାଳବେଡା ପୁରୁଣାପାଣି ଜଙ୍ଗଲରେ ଡେରା ପକାଇଥିବା ବେଳେ ସନ୍ଧ୍ୟାରେ ବିରଳ ନଦୀ ପାର ହୋଇ କୁଣ୍ଡଳା ପଞ୍ଚାୟତ ମୁହାଁ ହୋଇଛନ୍ତି।

ତେବେ ଏହି ଘଟଣା ବାରମ୍ବାର ଘଟୁଥିବାକୁ ସ୍ଥାନୀୟରେ ଆତଙ୍କ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇଛି। ଏହି ହାତୀପଲ କୁଣ୍ଡଳା ଓ ଆଖପାଖ ଜଙ୍ଗଲରେ ଥିବାବେଳେ ବନପାଳ ଭୂପତି ସେଠୀ ଓ ପାରା କର୍ମଚାରୀମାନେ ହାତୀପଲଙ୍କ ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.