Latest Odisha News

BREAKING NEWS

ପୁଣି ମାତିଲା ହାତୀ, ଏକର ଏକର ଧାନ ଫସଲ ନଷ୍ଟ

ତେଲକୋଇ: ପୁଣି ମାତିଲା ହାତୀ । ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି । ହାତୀ ଗାଁଗୁଡିକରେ ପଶିବା ସହିତ ଆତଙ୍କ ଖେଳାଇବାରେ ଲାଗିଛନ୍ତି । ସେହିଭଳି ତେଲକୋଇରେ ମଧ୍ୟ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ପ୍ରାୟ ୮ଟିକିଆ ହାତୀ ପଲ ପଶି ଆତଙ୍କ ଖେଳାଇଛନ୍ତି ।
ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ୍‌ ଭାଲିଆଡ଼ାଳ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ଏକର ଏକର ଧାନ ଫସଲ ନଷ୍ଟ କରୁଛନ୍ତି  । ବନବିଭାଗର ଅବହେଳା ଲାଗି ଏପରି ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଶନିବାର ଦିନ ବିଳମ୍ବିତ ରାତିରେ ଗୂଣ୍ଡରିଯୋଡା ଗାଁରେ ଧାନ ଫସଲ ନଷ୍ଟ କରିବା ସହ କଳାପାଟ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଥିଲେ । ବନବିଭାଗ ସେଠାରୁ ହାତୀପଲଙ୍କୁ ଘଉଡାଇବାରେ ସଫଳ ହୋଇନଥିବା ବେଳେ ରବିବାର ବିଳମ୍ବିତ ରାତିରେ ଭାଲିଆଡାଳ ଗାଁରେ ଉପଦ୍ରବ କରିଥିଲେ ହାତୀପଲ । ଗାଁରେ ପଶି ହାତୀପଲ ଏକର ଏକର ଧାନଫସଲ କୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି । ଗାଁର ୧୦ ଏକରରୁ ଅଧିକ ଧାନଫସଲ ନଷ୍ଟ କରିଛନ୍ତି ହାତୀପଲ । ଫସଲକୁ ସୁରକ୍ଷା ଦେବାପାଇଁ ଚାଷୀ ହାତୀପଲ ଙ୍କୁ ଘଉଡାଇବା କୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

Leave A Reply

Your email address will not be published.