Latest Odisha News

BREAKING NEWS

ମୟୁରଭଞ୍ଜ: ଗାଁ’ରେ ପଶିଲେ ହାତୀପଲ, ଭାଙ୍ଗିଦେଲେ ସ୍କୁଲ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ କରଞ୍ଜିଆର ଏକ ଗାଁ’ରେ ସୋମବାର ରାତିରେ ହାତୀପଲ ପଶି ବିଶ୍ୱବନ୍ଧୁ ଆବାସିକ ବିଦ୍ୟାଳୟର କାନ୍ଥ ଓ ଶ୍ରେଣୀଗୃହ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ପାଖ ଜଙ୍ଗଲରୁ ପ୍ରାୟ ୨୨ଟି ହାତୀ ଦଳବଦ୍ଧ ହୋଇ ଗାଁ ଭିତରେ ପ୍ରବେଶ କରିଥିଲେ । ଏହି ହାତୀପଲ ଗାଁ’ପାଖରେ ଥିବା ଚାଷଜମିରେ ଧାନବିଲରେ ଫସଲ ଖାଇବା ସହିତ ସ୍କୁଲ ରୋଷେଇ ଘର ମଧ୍ୟରେ ପଶି ସମସ୍ତ କିଣାହୋଇ ରହିଥିବା ସଉଦା ଏବଂ ଖାଦ୍ୟ ସାମଗ୍ରୀ ଖାଇଦେଇଥିଲେ ।

ଏସମ୍ପର୍କରେ ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇଦେବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ ।

Leave A Reply

Your email address will not be published.