Latest Odisha News

BREAKING NEWS

ବାଲେଶ୍ୱର: ନୀଳଗିରି ଅଞ୍ଚଳ ଛାଡିଲେ ହାତୀପଲ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ କରୁଥିବା ହାତୀପଲକୁ ଶନିବାର ସକାଳୁ ସେହି ଅଞ୍ଚଳରୁ ବନ ବିଭାଗ ଘଉଡ଼ାଇବାରେ ସଫଳ ହୋଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବାଜା ବଜାଇ ଏବଂ ବାଣ ଫୁଟାଇ ହାତୀପଲକୁ ତିନିକୋଶିଆର ବୁଦୁସାହି ଜଙ୍ଗଲକୁ ଘଉଡ଼ାଇ ଯଡ଼ିବାଲି ଜଙ୍ଗଲକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ ପୋଲିସ, ରାଜସ୍ୱ ବିଭାଗ ଓ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ସାହାଯ୍ୟ କରିଥିବା ନେଇ ଜଣାପଡିଛି ।

ଏହି ହାତୀପଲ ଗତ ନଭେମ୍ବର ୧୩ ତାରିଖରୁ ନୀଳଗିରି ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳାଇ ଥିଲେ। ଦିନକୁ ଦିନ ସେମାନଙ୍କର ଉପଦ୍ରବ ବଢୁଥିବା ସଙ୍ଗେସଙ୍ଗେ ସ୍ଥାନୀୟ ଅଞ୍ଚଳର ଅନେକ ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରିଥିଲେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ “ହାତୀପଲକୁ ଗୋପାଳପୁର ଜଙ୍ଗଲ ଦେଇ ପାଟଣା, କାଠପାଳ, ପୁନ୍ଦାଳ, ଦୁର୍ଗାଦେବୀ ଦେଇ ମୟୂରଭଞ୍ଜକୁ ପଠାଇବାର ଉଦ୍ୟମ ଚାଲିଥିବା” ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନୀଳଗିରି ରେଞ୍ଜର ସୁକୁମାର ଦାସ ।

Leave A Reply

Your email address will not be published.