Latest Odisha News

BREAKING NEWS

ରାଜଧାନୀରେ ବୁଲୁଛି ଦନ୍ତା ହାତୀ

ଭୁବନେଶ୍ୱର : ପୁଣି ରାଜଧାନୀରେ ପଶିଲା ହାତୀ । ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଭରତପୁର ଜିଏ କଲୋନୀରେ ଗୋଟିଏ ଦନ୍ତା ହାତୀ ପଶିଯାଇଛି । କଲୋନୀ ପରିସରରେ ଥିବା ଏକ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣା ପଡିଛି ।

କିଛି ଗଛକୁ ବି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଭରତପୁର କଲୋନୀ ବାସିନ୍ଦା ଭୟଭୀତ । ସ୍ଥାନୀୟ ଅଞ୍ଚଳରେ ହାତୀକୁ ନେଇ ଆତଙ୍କର ବାତାବରଣ । ଏନେଇ ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ ।

ହାତୀକୁ ଘଉଡ଼ାଇବା ଲାଗି ବନ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଛି । ହାତୀ ବୁଲୁଥିବା ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖଛନ୍ତି ବନ ବିଭାଗ ଟିମ୍ । ଲୋକଙ୍କୁ ସେଠାରୁ ଯିବାକୁ ବାରଣ କରାଯାଇଛି । ଚନ୍ଦକା ଜଙ୍ଗଲରୁ ହାତୀଟି ପଳାଇ ଆସିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.