Latest Odisha News

୬୫ ବର୍ଷୀୟ ହାତୀ ଖରସେଲର ଦେହାନ୍ତ

ଭୁବନେଶ୍ୱର: ଡେବ୍ରିଗଡ ଅଭୟାରଣ୍ୟରେ ୬୫ ବର୍ଷୀୟ ହାତୀ ଖରସେଲର ଦେହାନ୍ତ। ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଡେବ୍ରିଗଡର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବହୁ ବର୍ଷ ଧରି ବନ୍ଦୀ ଅବସ୍ଥାରେ ଥିବା ହାତୀ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡିଛି।

ପ୍ରାୟ ୫ ରୁ ୬ ମାସ ହେବ ହାତୀ ଠିକ୍ ରେ ଚଳପ୍ରଚଳ କରୁନଥିଲା । ଏପରିକି ଖାଇବା ପିଇବା ମଧ୍ଯ ବନ୍ଦ କରି ଦେଇଥିଲା।

ଏହି ହାତୀଟିକୁ ଟ୍ରାଙ୍କୁଲାଇଜ କରି ୧୯୯୮ ମସିହାରେ ବାଲାଙ୍ଗୀରର ଖରସେଲ ଜଙ୍ଗଲରୁ ଡେବ୍ରିଗଡକୁ ଅଣାଯାଇଥିଲା। ସେ ସମୟରେ ହାତୀଟି ବହୁ ଲୋକଙ୍କୁ ଆକ୍ରମଣ କରିବା ସହ ମାରିଦେଇଥିଲା। ଫଳରେ ତାକୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ନିଆଯାଇଥିଲା।

ତେବେ ଅଭୟାରଣ୍ୟର କର୍ମଚାରୀମାନେ ଖରସେଲର ଯତ୍ନ ନେଉଥିଲେ ମଧ୍ୟ ବୃଦ୍ଧାବସ୍ଥା ହେତୁ ଏହାର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

Comments are closed.