Latest Odisha News

BREAKING NEWS

ନୀଳଗିରିରେ ପଶିଲେ ୪୬ ଟିକିଆ ହାତୀପଲ

ବାଲେଶ୍ବର: ୪୬ଟିକିଆ ହାତୀପଲ ଦେଖି ଲୋକେ ଭୟଭୀତ। ବାଲେଶ୍ୱର ନୀଳଗିରିର ପ୍ରବେଶ କରିଛନ୍ତି ୪୬ ଟିକିଆ ହାତୀପଲ । ବନ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ସାବଧାନ ରହିବାକୁ ଲୋକଙ୍କୁ ସଚେତନ କରାଇଲା ।

ମୟୁରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲ, ସୋନନଦୀ ପାର ହୋଇ ନୀଳଗିରି ଅଞ୍ଚଳକୁ ପ୍ରବେଶ କରିଛନ୍ତି। ହାତୀଗୁଡିକ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ରହିଛନ୍ତି। ହାତୀପଲଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।

ସେପଟେ ନୀଳଗିରି ବନବିଭାଗ ଗାଁରେ ସଚେତନ ବାର୍ତା ପ୍ରଚାର କରୁଥିବା ବେଳେ ଘରେ ହାଣ୍ଡିଆ, ମଦ ରଖିବାକୁ ବାରଣ କରିଛି।

Comments are closed.