Latest Odisha News

BREAKING NEWS

ବାଲେଶ୍ୱର: ଦନ୍ତା ହାତୀ ମୃତ୍ୟୁ ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ବାଲେଶ୍ୱର : ବାଲେଶ୍ୱର ସ୍ଥିତ କୁଲଡିହା ଅଭୟାରଣ୍ୟରେ ଦନ୍ତା ହାତୀ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ବନଖଣ୍ଡ ଅଧିକାରୀ (ଡିଏଫଓ) କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ।

ନିଲମ୍ବିତଙ୍କ ମଧ୍ୟରେ କୁଲଡିହାର ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଜୁନ୍ ୫ ତାରିଖରେ କୁଲଡ଼ିହା ଅଭୟାରଣ୍ୟରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଥିଲା । ତଦନ୍ତ ପରେ ହାତୀଟିର ମୃତ୍ୟୁ ଜୁନ୍ ୩ ତାରିଖରେ ହୋଇଥିବା ନେଇ ଜଣାପଡିଥିଲା । ତେବେ ଏହି ମାମଲାରେ ତେବେ ଡିଏଫ୍ଓ କାର‌୍ୟ୍ୟରେ ନିୟୋଜିତ ବନ ଅଧିକାରୀଙ୍କୁ ନିଲମ୍ବନ କରିଥିବା ବେଳେ ସହାୟକ ବନ ସଂରକ୍ଷକ ( ଏସିଏଫଓ) ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.