ମୟୂରଭଞ୍ଜ : ଦୀର୍ଘ ସମୟର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଧବଣୀଷୋଳ ପଞ୍ଚାୟତର ଟେମ୍ବଟୋଲା ଗାଁରେ ଥିବା ଏକ ଖୋଲା କୂଅ ଭିତରେ ଖସି ପଡିଥିଲା ହାତୀ । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ ହାତୀକୁ ଉଦ୍ଧାର କରିଥିଲା । ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ କୂଅ ଭିତରୁ ବାହାର କରିଥିଲା ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ମୃତଲା ଗାଁକୁ ୮ ଟିକିଆ ହାତୀପଲ ପଶି ଆସିଥିଲେ । ଗାଁ ଲୋକ ହାତୀପଲଙ୍କୁ ଘଉଡାଇବା ବେଳେ ଗୋଟିଏ ହାତୀ ଏକ କୂଅରେ ପଡିଯାଇଥିଲା । ହାତୀଟି କୂଅ ଭିତରେ ପଡିଯାଇ ଥିବାରୁ ଦେହରେ ସାମନ୍ୟ ଆଘାତ ଲାଗିଛି ।
BREAKING NEWS
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
Comments are closed.