ମୟୂରଭଞ୍ଜ : ଦୀର୍ଘ ସମୟର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଧବଣୀଷୋଳ ପଞ୍ଚାୟତର ଟେମ୍ବଟୋଲା ଗାଁରେ ଥିବା ଏକ ଖୋଲା କୂଅ ଭିତରେ ଖସି ପଡିଥିଲା ହାତୀ । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ ହାତୀକୁ ଉଦ୍ଧାର କରିଥିଲା । ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ କୂଅ ଭିତରୁ ବାହାର କରିଥିଲା ବନ ବିଭାଗ । ଗତକାଲି ବିଳମ୍ବିତ ରାତିରେ ମୃତଲା ଗାଁକୁ ୮ ଟିକିଆ ହାତୀପଲ ପଶି ଆସିଥିଲେ । ଗାଁ ଲୋକ ହାତୀପଲଙ୍କୁ ଘଉଡାଇବା ବେଳେ ଗୋଟିଏ ହାତୀ ଏକ କୂଅରେ ପଡିଯାଇଥିଲା । ହାତୀଟି କୂଅ ଭିତରେ ପଡିଯାଇ ଥିବାରୁ ଦେହରେ ସାମନ୍ୟ ଆଘାତ ଲାଗିଛି ।
BREAKING NEWS
- ପ୍ରଶଂସକଙ୍କ ଚିନ୍ତାରେ ପକାଇଲା ନେହାଙ୍କ ବ୍ରେକ ନେବା ପୋଷ୍ଟ
- ପୁଅର ରେଜଲ୍ଟ ଆଣିବାକୁ ଯାଇ ଚାଲିଗଲା ବାପାର ଜୀବନ…
- ଖାମେନିଙ୍କ ଉପରେ ଆକ୍ରମଣକୁ ଇରାନ ସହିତ ‘ଯୁଦ୍ଧ’ ବୋଲି ବିବେଚନା କରାଯିବ: ଟ୍ରମ୍ପଙ୍କୁ ଇରାନ ରାଷ୍ଟ୍ରପତିଙ୍କ ଧମକ
- Loot from Bank: ବନ୍ଧୁକ ମୁନରେ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍; ୫ କୋଟିରୁ ଅଧିକ ସୁନା…
- ବିଡ଼ିଓଙ୍କୁ ମାଡ଼ ଘଟଣା: ଚାରି ଅଟକ
- ମୁମ୍ବାଇ ମେୟର ନିର୍ବାଚନରେ ଟ୍ୱିଷ୍ଟ: ଶିବସେନାର ସିନ୍ଦେ ଗୋଷ୍ଠୀ ସହିତ ବିବାଦ ମଧ୍ୟରେ ବିଜେପିକୁ ଉଦ୍ଧବ ଠାକରେଙ୍କ ସମର୍ଥନ!
- ଭାଇରାଲ ହେଉଛି ଜଗନ୍ନାଥଙ୍କ ଏହି ଫଟୋ
- Ayushman Yojana: ଆଗାମୀ ୩ ଦିନରେ ‘ଆୟୁଷ୍ମାନ’ ଯୋଜନା ସମସ୍ୟାର ସମାଧାନ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ
- Teachers’ Fight in Sambalpur: ୨ ଶିକ୍ଷୟିତ୍ରୀ ହାତାହାତି ଘଟଣା; ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ
- Gaza Peace Board: ଗାଜା ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ଦେଲେ ଟ୍ରମ୍ପ
Comments are closed.