ନୂଆଦିଲ୍ଲୀ: ଅସୁସ୍ଥ ମାହୁନ୍ତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲା ହାତୀ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଭାବବିହ୍ୱଳ ହୋଇ ପଡିବେ।
Elephant brought to hospital to say goodbye to his terminally ill caretaker. 🥲😞 pic.twitter.com/TKSNS6vy88
— Nature is Amazing ☘️ (@AMAZlNGNATURE) February 6, 2025
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଜଣେ ବୃଦ୍ଧ ମାହୁନ୍ତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସଭିଏଁ ଶେଷ ଦର୍ଶନ କରୁଛନ୍ତି। ଏହି ସମୟରେ ନିଜ ପ୍ରିୟ ମାହୁନ୍ତଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛି ହାତୀ। କିନ୍ତୁ କୋଠରୀର ଦ୍ୱାର ଛୋଟଥିବାରୁ ହାତୀଟି ସିଧାସଳଖ ଭିତରକୁ ପ୍ରବେଶ କରିପାରିନାହିଁ। ଫଳରେ ସେ ଆଣ୍ଠୁ ମାଡ଼ି ନଇଁପଡି ଭିତରକୁ ଯିବା ସହ ପ୍ରିୟ ମାହୁନ୍ତଙ୍କ ପାଖକୁ ଯାଇ ତାଙ୍କ ପାଖରେ ବସୁଛି।
ହସ୍ପିଟାଲ କୋଠରୀରେ ଉପସ୍ଥିତ ମାହୁନ୍ତଙ୍କ ପରିବାର ସଦସ୍ୟମାନେ ମାହୁନ୍ତର ହାତକୁ ହାତୀର ଶୁଣ୍ଢରେ ଆଣି ରଖୁଥିବା ଦେଖିବାକୁ ମିଳିଛି। ହାତୀଟି ତା’ର ପୁରୁଣା ସାଥୀକୁ ସ୍ନେହରେ ଗେଲ ରିବା ସହ ତା’ର ଶୁଣ୍ଢରେ ମାହୁନ୍ତଙ୍କ ଶରୀରରେ ଘୋଡ଼ାଥିବା ଚାଦରଟିକୁ କାଢ଼ିବାକୁ ଚେଷ୍ଟା କରୁଛି। ଏହା ପରେ ସେଇ କୋଠରୀରେ ବସି ରହୁଛି।
ତେବେ ଏଭଳି ଭଲ ପାଇବାକୁ ଦେଖି ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ଭାବପ୍ରବଣ ହୋଇପଡୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।
Comments are closed.